ପୁରୀ:ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରବିବାର ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି । ନୁତନ ଏସଓପି ଜାରି ହେବା ପରେ ଭକ୍ତଙ୍କ ଲାଗି ଆସନ୍ତା ମେ’ମାସ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଶ୍ରୀମନ୍ଦିରକୁ ସାନିଟାଇଜ କରିଛନ୍ତି । ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଶ୍ରୀମନ୍ଦିର ବାହାର ପାର୍ଶ୍ଵରେ ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଆଦିକୁ ବିଶୋଧନ କରିଥିଲେ । ସେପଟେ ଅନ୍ୟ ଟିମ୍ ହ୍ଯାଣ୍ଡ ସ୍ପ୍ରେ ମାଧ୍ୟମରେ ଶ୍ରୀମନ୍ଦିର ଭିତର ପାର୍ଶ୍ଵରେ ଆନନ୍ଦବଜାର, ସ୍ନାନ ବେଦୀ, କୀର୍ତ୍ତନ ଚକଡା, ବାଇଶି ପାବଚ୍ଛ ଆଦି ଭକ୍ତମାନଙ୍କ ଗହଳି ହେଉଥିବା ସ୍ଥାନକୁ ସାନିଟାଇଜ କରିଛନ୍ତି । ଏବେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଶ୍ରୀମନ୍ଦିରରେ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ତଥାପି ସେବାୟତ ମାନେ ସଚେତନ ନରହିଲେ ବିପଦର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
BREAKING NEWS
- Holi 2026: ହୋଲିରେ ଜଗିବେ ୧୭ ପ୍ଳାଟୁନ୍ ଫୋର୍ସ;ଅସାମାଜିକ ଯୁବକଙ୍କ ଉପରେ ନଜର…
- Youtuber Murder Case: ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ଘଟଣା; ୩ ଅଭିଯୁକ୍ତ ଗିରଫ
- ସାରଣ୍ଡା ଜଙ୍ଗଲରେ ଲାଣ୍ଡମାଇନ ବିସ୍ଫୋରଣ, ସିଆରପିଏଫ୍ କୋବ୍ରା ବାଟାଲିୟନର ସହାୟକ କମାଣ୍ଡାଣ୍ଟ ଗୁରୁତର
- Pravat Ranjan Biswal Explodes in Press Meet: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ, କହିଲେ, ‘୨ ଜଣଙ୍କ ପାଇଁ ପିନ୍ଧୁଛି ଖଇରିଆ ସାର୍ଟ…’
- Khamenei Killing a Terrorist Act: ଖାମେନେଇଙ୍କ ମୃତ୍ୟୁ ନେଇ କ୍ରୋଧିତ ଭାରତୀୟ ସିଆ ଧର୍ମଗୁରୁ, ଆମେରିକାର ଆକ୍ରମଣକୁ କହିଲେ ଆତଙ୍କବାଦୀ ଆକ୍ରମଣ
- Mojtaba To Succeed Khamenei: ଇରାନର ଶାସନ ଭାର ସମ୍ଭାଳିବେ ଖାମେନେଇଙ୍କ ପୁଅ!
- Iran Israel US War: ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧପରାୟଣ ଇରାନ, ୨୭ଟି ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼
- Arijit Singh First Independent Song: ପ୍ଲେବ୍ୟାକ୍ ଛାଡି ଏକ ନୂଆ ଯାତ୍ରାରେ ଅରିଜିତ ସିଂହ, ପ୍ରଶଂସକକୁ ଦେଲେ ବଡ଼ ସରପ୍ରାଇଜ୍
- Air India Cancels International Flights: ମଧ୍ୟପ୍ରାଚ୍ୟ ଉତ୍ତେଜନା: ଆମେରିକା, ଲଣ୍ଡନ-ପ୍ୟାରିସ ବିମାନକୁ ବାତିଲ କଲା ଏୟାର ଇଣ୍ଡିଆ
- Gold Silver Prices: ମଧ୍ୟପ୍ରାଚ୍ୟରେ ଅଶାନ୍ତି ଭିତରେ ବଢିଲା ସୁନା ରୂପା ଦର… ଜାଣନ୍ତୁ ଆପଣଙ୍କ ସହରରେ କ’ଣ ରହିଛି ମୂଲ୍ୟ?
Comments are closed.