Latest Odisha News

BREAKING NEWS

Shree Gundicha Temple: ଶ୍ରଦ୍ଧାଳୁଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର;ଦର୍ଶନ ପାଇଁ ଟିକେଟ ମୂଲ୍ୟ…

ପୁରୀ:ଶ୍ରୀ ଗୁଣ୍ଡିଚା ମନ୍ଦିର ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବାର ସମ୍ଭାବନା ରହିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପରିଚାଳନା କମିଟିର ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଗୁଣ୍ଡିଚା ମନ୍ଦିର ଯାଇ ଉନ୍ନତି ମୂଳକ କାମର ସ୍ଥିତି ପରଖିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁଣ୍ଡିଚା ମନ୍ଦିର ଭିତରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି । ଦର୍ଶନ ପାଇଁ ଟିକେଟ ମୂଲ୍ୟ ରହିବ ୧୦ ଟଙ୍କା ।

ସୂଚନାଥାଉକି,ବରିଷ୍ଠ ନାଗରିକ ଓ ଛୋଟ ଶିଶୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବ । ଦିବ୍ୟାଙ୍ଗ ଭକ୍ତ, ବୃଦ୍ଧବୃଦ୍ଧା,ମହିଳାଙ୍କ ପାଇଁ ରହିବ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା । ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ରାମ୍ପ ବ୍ୟବସ୍ଥା କରାଯାଉଛି ।

ଏପଟେ ଗୁଣ୍ଡିଚା ମନ୍ଦିରରେ ଦାନବାକ୍ସ ଗଣତି ପାଇଁ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଛି ।

ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୁଣ୍ଡିଚା ମନ୍ଦିର ଆସି ଜନ୍ମଵେଦି ଦର୍ଶନ କରିଥାନ୍ତି । କିନ୍ତୁ ଦୀର୍ଘବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ବନ୍ଦ ରହିଥିବାରୁ ଭକ୍ତମାନେ ଭିତରକୁ ନଯାଇପାରି ବାହାରୁ ନିରାଶ ହୋଇ ଫେରୁଥିଲେ ।

Comments are closed.