Latest Odisha News

୧୦କୋଟିର ବିଜ୍ଞାପନ ଅଫରକୁ ମନା କଲେ ଅଭିନେତା

ମୁମ୍ବାଇ: ଜାତୀୟ ପୁରସ୍କାର ହାତେଇବା ପରେ ବେଶ୍ ପ୍ରଶଂସା ଓ ଭଲ ପାଇବା ସାଉଁଟିଛନ୍ତି । ଆମେ କହୁଛୁ ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ କଥା । ତାଙ୍କର ବହୁ ଚର୍ଚ୍ଚିତ ପୁଷ୍ପା ଫିଲ୍ମ ବହୁଳ ମାତ୍ରାରେ ଦର୍ଶକଙ୍କ ମନ ଜିଣିଥିବାବେଳେ ଏବେ ପୁଷ୍ପା-୨ ଚଳଚିତ୍ରକୁ ଦର୍ଶକ ଚାତକ ପରି ଚାହିଁ ରହିଛନ୍ତି ।

କେବଳ ଅଭିନୟରେ ନୁହେଁ , ରିଅଲ ଲାଇଫରେ ବି ଦର୍ଶକଙ୍କ ମନ ଜିତିଛନ୍ତି ଅଲୁ। ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ମଦ ଓ ପାନ ମସଲା ବିଜ୍ଞାପନ ପାଇଁ ଅଲ୍ଲୁଙ୍କୁ ୧୦କୋଟି ମିଳୁଥିଲା  । ହେଲେ ସେ ଏହାକୁ ମନା କରିଦେଇଥିଲେ । ତେବେ ଏହା କେବଳ ପ୍ରଥମ ଥର ନୁହେଁ , ଅଲ୍ଲୁ ତମ୍ବାଖୁ ବିଜ୍ଞାପନ କରିବାକୁ ମଧ୍ୟ ମନା କରି ଦେଇଥିଲେ। ଯେଉଁଥିରେ ତାଙ୍କୁ ବଡ ରକମର ଟଙ୍କା ମିଳୁଥିଲା।

Leave A Reply

Your email address will not be published.