ବ୍ୟୁରୋ: ଏସିଆର ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୭ରେ ନିଜ ସ୍ଥାନ ପକ୍କା କରିଛି ଭାରତ । କ୍ୟୁଏସ ବିଶ୍ୱ ୟୁନିଭର୍ସିଟି ରାଙ୍କିଙ୍ଗ ଏସିଆ-୨୦୨୭ରେ ୩୨୫ ଭାରତୀୟ ବିଶ୍ୱବିଦ୍ୟାଳୟ ରହିଥିଲା । ଏବେ ଏଥିରେ ୩୪ ନୂଆ ୟୁନିଭର୍ସିଟି ସାମିଲ ହୋଇଛି । ୨୬ ହାୟର ଏଜୁକେସନ ସିଷ୍ଟମର ୧୭୨୨ ୟୁନିଭର୍ସିଟି ସାମିଲ ହୋଇଛନ୍ତି । ଭାରତ ପକ୍ଷରୁ ବହୁ ସଂସ୍ଥାଙ୍କ ପ୍ରତିନିଧିତ୍ୱ ବଢିଥିଲେ ବି ତାଲିକାରେ ଭାରତର ୬ ଟପ୍ ରାଙ୍କ୍ ସଂସ୍ଥା ତଳକୁ ଖସିଆସିଛନ୍ତି । ଦିଲ୍ଲୀର ଇଣ୍ଡିଆନ ଇନଷ୍ଟଚୁ୍ୟଟ୍ ଅଫ ଟେକନୋଲୋଜୀ ଦେଶର ସବୁଠୁ ବଡ ଏବଂ ଟପ୍ ରାଙ୍କ ସଂସ୍ଥା ଭାବେ ନିଜ ଜାଗା ବଜାୟ ରଖିଛି । କିନ୍ତୁ ଏସିଆ ତାଲିକାରେ ୬୬ ନମ୍ବରରେ ରହିଛି । ପୂର୍ବବର୍ଷ ତାଲିକାର ୫୯ନମ୍ବର ପୋଜିସନରେ ରହିଥିଲା । ସେପଟେ ଆଇଆଇଏସ ବେଙ୍ଗାଳୁରୁ ୭୯ ତମ ସ୍ଥାନରେ ରହି ଭାରତୀୟ ସଂସ୍ଥା ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛି । ଏହାପରେ ଆଇଆଇଟି ବମ୍ବେ ୮୩, ଆଇଆଇଟି ମାଦ୍ରାସ୍ ୮୫ ନମ୍ବର ସ୍ଥାନରେ ରହିଛନ୍ତି । କିନ୍ତୁ ଆଇଆଇଟି ଖଡଗପୁର ଓ କାନପୁର ୯୫ ଓ ୧୦୬ ତମ ସ୍ଥାନକୁ ଖସି ଆସିଛନ୍ତି । ସେପଟେ ଚଣ୍ଡିଗଡ ୟୁନିଭର୍ସିଟି ରାଙ୍କରେ ସୁଧାର ଆସିଛି ୧୦୯ରୁ ୧୦୪ ତମ ସ୍ଥାନକୁ ଉଠିଛି । ଲଭଲୀ ପ୍ରଫେସନାଲ ୟୁନିଭର୍ସିଟି ୧୮୭ରୁ ୧୫୪କୁ ଉଠିଛି ।
ପୂର୍ବବର୍ଷ ତୁଳନାରେ ଆଇଆଇଟି ଦିଲ୍ଲୀ ବହୁ ଉନ୍ନତି କରିଥିବା ଦେଖିବାକୁ ମିଲିଛି । କ୍ୟୁଏସ୍ ଏସିଆ ରାଙ୍କିରେ ଭାରତ ଟପ୍ ୧୦ ସଂସ୍ଥାନରୁ ଆଇଆଇଟି ଦିଲ୍ଲୀ ରହିଛି ୬୬ତମ ସ୍ଥାନରେ । ଏହି ରାଙ୍କିଙ୍ଗରେ ଲଗାତର ଦ୍ୱିତୀୟ ଥର ପଇଁ ହଙ୍ଗକଙ୍ଗ ପ୍ରଥମ ସ୍ଥାନରେ ରହିଛି । ଏହାପରେ ପେକିଂ ୟୁନିଭର୍ସିଟି ରହିଛି । ଚାଇନିଜ୍ ୟୁନିଭର୍ସିଟି ଚତୁର୍ଥ ସ୍ଥାନରେ ଥିବା ବେଳେ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଷଷ୍ଠ ସ୍ଥାନରେ ରହିଛି । ତେବେ ପ୍ରଶ୍ନ ଉଠୁଛି, କାହିଁକି ପଛରେ ରହିଲା ଭାରତୀୟ ବିଶ୍ୱବିଦ୍ୟାଳୟ ? ଏସିଆରେ ବଢୁଥିବା ପ୍ରତିଯୋଗୀତା ପାଇଁ ଏହି ତାଲିକାରେ ଭାରତୀୟ ସଂସ୍ଥା ତଳକୁ ଖସିଥିବା ଜଣାପଡୁଛି । ଏହି ବର୍ଷ ରାଙ୍କିଙ୍ଗରେ ୧୯୫ ନୂଆ ୟୁନିଭର୍ସିଟି ସାମିଲ ହୋଇଥିଲେ । ତାସହ ଆଗରୁ ଥିବା ୟୁନିଭର୍ସିଟି ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ।
