Latest Odisha News

ବାଲେଶ୍ୱରରେ ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ

ବାଲେଶ୍ୱର: ପ୍ରାର୍ଥୀ ଘୋଷଣା ପରେ ବାଲେଶ୍ୱର ବିଜେଡିରେ ବଢ଼ୁଛି ଅସନ୍ତୋଷ । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି । ବାଲେଶ୍ୱର ଓଟି ରୋଡ୍ ସ୍ଥିତ ରବୀନ୍ଦ୍ରଙ୍କ ଅଫିସ ଆଗରେ ହଜାର ହଜାର ସମର୍ଥକ ମେଳି କରି ଅସନ୍ତୋଷ ଜାହିର କରିଛନ୍ତି।

ବାଲେଶ୍ୱର ସଦର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ କୌଣସି ଟାଣୁଆ ନେତା କିମ୍ବା ନିଜେ ରବୀନ୍ଦ୍ର ଜେନା ନଚେତ ତାଙ୍କ ପତ୍ନୀଙ୍କୁ ଟିକଟ ନଦେଇ ନୂଆ ମୁହଁକୁ ଟିକେଟ୍ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସମର୍ଥକମାନେ କହିଛନ୍ତି । ଯଦି ଏହି ନିଷ୍ପତିର ପୁର୍ନରବିଚାର କରାନଯାଏ, ତେବେ ଦଳ ପାଇଁ କାମ କରିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ପତ୍ନୀ ଶୁଭାଷିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା ।

Leave A Reply

Your email address will not be published.