Latest Odisha News

BREAKING NEWS

କୋଭିଡ୍ ନେଗେଟିଭ୍ ଚିହ୍ନଟ ପରେ ଫ୍ଲୋରିଡାରେ ଟ୍ରମ୍ପଙ୍କ ପ୍ରଥମ ପ୍ରଚାର

ଫ୍ଲୋରିଡ଼ା: କରୋନାକୁ ମାତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ନେଗେଟିଭ୍ ଚିହ୍ନଟ ପରେ ପୁଣି ଥରେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଟ୍ରମ୍ପ । କରୋନା ପରେ ଫ୍ଲୋରିଡ଼ାରେ ପ୍ରଥମ ପ୍ରଚାର ରାଲିକୁ ସମ୍ବୋଧିତ କରିଥିଲେ ।

ପାଖାପାଖି ଦୁଇ ସପ୍ତାହ ପରେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଟ୍ରମ୍ପ କହିଥିଲେ, ଏବେ ସେ ଅଧିକ ଶକ୍ତିଶାଳୀ ଅନୁଭବ କରୁଛନ୍ତି । ଭିଡ଼ ଭିତରକୁ ଆସି ଲୋକଙ୍କ ସହ ମିଶିବାକୁ ମନ ଚାହୁଁଛି । ଏପରିକି ସମସ୍ତଙ୍କୁ କୁଣ୍ଡାଇ ପକାଇ କିସ୍ କରିବା ପାଇଁ ଇଚ୍ଛା ହେଉଛି ବୋଲି ପ୍ରଚାର ରାଲିରେ କହିଥିଲେ ଟ୍ରମ୍ପ ।

ଚଳିତ ମାସ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଥମେ ହ୍ୱାଇଟ ହାଉସରେ ଆଇସୋଲେସନରେ ରହିଥିଲେ । ପରେ କିଛି ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଟ୍ରମ୍ପ ।

Leave A Reply

Your email address will not be published.