Latest Odisha News

BREAKING NEWS

ଭାରତୀୟ କ୍ରୁଙ୍କୁ ନେଇ ଆପତିଜନକ କାର୍ଟୁନ ଶେୟାର କଲା ଫକ୍ସଫୋର୍ଡ କମିକ୍ସ

ନୂଆଦିଲ୍ଲୀ:ଆମେରିକାର ୱାଲ୍ଟିମୋର ଜାହାଜ ଫ୍ରାନ୍ସିସ ସ୍କର୍ଟ ବ୍ରିଜରେ ମାଡ ହେବା ପରେ ଏହା ଭାଙ୍ଗି ଯାଇଥିଲା । ଏହି ଜାହାଜରେ ଅଧିକାଂଶ କ୍ରୁ ସଦସ୍ୟ ଭାରତୀୟ ଥିଲେ । ପରେ ଭାରତୀୟଙ୍କ କ୍ରୁଙ୍କ ଉଦ୍ୟମ ଯୋଗୁ ଅନେକଙ୍କ ଜୀବନ ବଂଚି ପାରିଥିଲା ବୋଲି ଆମେରିକା ପକ୍ଷରୁ ପ୍ରଶଂସା କରି କୁହା ଯାଇଥିଲା । ଏବେ ଫକ୍ସଫୋର୍ଡ କମିକ୍ସ ଜାହାଜରେ ଭିତରେ ଥିବା ଭାରତୀୟ କ୍ରୁଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଆପତିଜନକ କାର୍ଟୁନ ଶେୟାର କରିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି କାର୍ଟୁନରେ ଭାରତୀୟ କ୍ରୁଙ୍କୁ କମ ପୋଷାକ ପିନ୍ଧିଥିବା ଦେଖା ଯାଇଥିବା ବେଳେ ପରୋକ୍ଷରେ ବେଶ ଭୂଷାକୁ ନେଇ ଟାର୍ଗେଟ କରାଯାଇଛି । ଏଥିରେ ଏକ ଅଡିଓ ମଧ୍ୟ ଛଡାଯାଇଛି ଯେଉଁଥିରେ କେତେକ ଲୋକ ଭାରତୀୟ ଭାଷାରେ ଅପଶବ୍ଦ କହୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡରେ ବ୍ରିଜ ଭୁଷୁଡି ପଡୁଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ଏହା ପରେ ଭାରତର ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ କାର୍ଟୁନ ଶେୟାର କରିବା ସହ ତାଙ୍କ ମତ ରଖିଛନ୍ତି । ଜାହାଜ ଭାରତର କୌଣସି ପାଇଲଟ ଚଳାଉ ନ ଥିଲେ । ସେମାନେ ୱାଲ୍ଟିମାର ଅଂଚଳର ଥିଲେ । କ୍ରୁ ପୂର୍ବରୁ ବିପଦ ସମ୍ପର୍କରେ ସତର୍କ କରାଇ ଦେଇଥିଲେ । ମେରୀଲେଣ୍ଡ ମେୟର ମଧ୍ୟ ଏହି ଘଟଣାରେ ଭାରତୀୟ କ୍ରୁଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଭାରତୀୟ କ୍ରୁ ଜାହାଜ ମାଡ ହେବା ପୂର୍ବରୁ ଟ୍ରାଫିକ ଅଥରିଟିଙ୍କୁ ଆଗୁଆ ସୂଚନା ଦେଇଥିଲେ । ୯୦ ସେକେଣ୍ଡ ମଧ୍ୟରେ ବ୍ରିଜ ଉପରେ ଯିବା ଆସିବା ବନ୍ଦ କରି ଦିଆଯାଇଥିଲା । ଯାହା ଫଳରେ ବଡ ଅଘଟଣା ଘଟିବାରୁ ରହି ଯାଇଥିଲା । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୨୧ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିଲେ । ବ୍ରିଜ ଉପରେ ଥିବା ୮ଜଣ ଲୋକ ପେଟାପେସ୍କା ନଦୀରେ ପଡି ଯାଇଥିଲେ । ଏଥିରେ ୬ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.