Latest Odisha News

BREAKING NEWS

ଅଦାନୀଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ବିଜୁଳି ଦର ବୃଦ୍ଧି ପାଇଁ ସେ ଅଦାନୀ ଗ୍ରୁପକୁ ଦାୟୀ କରିଛନ୍ତି । ସେତିକି ନୁହେଁ, କେନ୍ଦ୍ରର ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ରାହୁଲ ।

ରାହୁଲ ଅଦାନୀ ଏବଂ କୋଇଲା ଦର ବୃଦ୍ଧି ସମ୍ପର୍କିତ ଫାଇନାନ୍ସିଆଲ ଟାଇମ୍ସର ଏକ ଖବରକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ରାହୁଲ କହିଥିଲେ, ଅଦାନୀ ଇଣ୍ଡୋନେସିଆରୁ କୋଇଲା ଖରିଦ କରୁଛନ୍ତି । ଏହା ଭାରତରେ ପହଞ୍ଚିବା ପରେ ଦାମ ଦୁଇଗୁଣା ହୋଇଯାଉଛି ।

କୋଇଲାର ଭୁଲ ଦର ଦେଖାଇ ଅଦାନୀ ଗ୍ରୁପ ବିଜୁଳି ଦର ବୃଦ୍ଧି କରୁଛି ଏବଂ ଏହି ବର୍ଦ୍ଧିତ ଦରରୁ ସିଧା ଅଦାନୀ ୧୨ ହଜାର କୋଟି ଟଙ୍କା ଆଦାୟ କରୁଛି । ତେବେ ଆଶ୍ଚର୍ଯ୍ୟର କଥା ମିଡିଆ ଏ ସମ୍ପର୍କରେ କୌଣସି ପ୍ରଶ୍ନ ଉଠାଉ ନାହିଁ । ଏପରି ଖବରକୁ ନେଇ ସରକାର ଭାଙ୍ଗିଯାଏ । ଆମେ ସବସିଡି ଦେଉଛୁ । ହେଲେ ଅଦାନୀ ଦର ବୃଦ୍ଧି କରୁଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି । ରାହୁଲ ସିଧାସଳଖ କହିଛନ୍ତି, ଅଦାନୀଙ୍କୁ ରକ୍ଷା ପ୍ରଧାନମନ୍ତ୍ରୀ କରୁଛନ୍ତି । ଅଦାନୀଙ୍କୁ ବ୍ଲାଙ୍କ ଚେକ ଦିଆଯାଏ । ସେ ଯାହା ଚାହାଁନ୍ତି ତାହା କରନ୍ତି । ଗାଁ ଗାଁରେ ସମସ୍ତଙ୍କୁ ଜଣା ଅଦାନୀ ଭ୍ରଷ୍ଟାଚାର କରନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ରାହୁଲ ।

Leave A Reply

Your email address will not be published.