Latest Odisha News

BREAKING NEWS

ବିଜେପି ନେତାଙ୍କ ବିବାଦୀୟ ବୟାନ, ରାହୁଲ ଗାନ୍ଧୀଙ୍କୁ କହିଲେ ଡ୍ରଗ୍ସ ଆଡିକ୍ଟ

ବାଙ୍ଗାଲୋର: ବିଜେପି ନେତା ନଲୀନ କୁମାର କତୀଲଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । କର୍ଣ୍ଣାଟକର ଏହି ବିଜେପି ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ଆଡିକ୍ଟ କହଛନ୍ତି । ଏକ ସଭାରେ ସେ କହିଥିଲେ, ରାହୁଲ ଗାନ୍ଧୀ କିଏ ? ମୁଁ ତାହା କହୁ ନାହିଁ ସେ ଜଣେ ଡ୍ରଗ୍ସ ଆଡିକ୍ଟ ଏବଂ ଏହାର କାରୋବାର ମଧ୍ୟ କରନ୍ତି । ତାଙ୍କର ଏହି ବୟାନ ପରେ ଏବେ ରାଜନୈତିକ ମତଭେଦ ବୃଦ୍ଧି ପାଇଛି ।

ଅବଶ୍ୟ ଏହାର ଆରମ୍ଭ କଂଗ୍ରେସ କରିଥିଲା । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅଶିକ୍ଷିତ ବୋଲି କୁହାଯାଇଥିଲା । ଏହା ପରେ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଏହି ବିବାଦୀୟ ସଙ୍ଗେ ସଙ୍ଗେ ହଟେଇଦେବା ସହ ଦଳ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ । ନଲୀନ ତାଙ୍କ ଟୁଇଟ ନେଇ ରାହୁଲଙ୍କୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.