Latest Odisha News

BREAKING NEWS

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦

ନବରଙ୍ଗପୁର : ଶେଷରେ ଗିରଫ ହେଲେ ମ୍ୟାଡାମ୍ -୪୨୦ । ଏକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ୬ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ ୪୨୦ କର୍ମଚାରୀ ଚନ୍ଦନା ମଣ୍ଡଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ନେଇ ତହସିଲଦାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ୧ କୋଟି ଟଙ୍କାର ଆର୍ଥିକ ଅନିୟମିତତାରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କ ସମ୍ପୃକ୍ତି ଥିବା ନେଇ ଏତଲାରେ ଦର୍ଶାଯାଇଥିଲା ।

ଚନ୍ଦନାଙ୍କୁ ପୋଲିସ ଡାକି ପଚରାଉଚରା କରୁଥିବା ସମୟରେ ସେ ହଠାତ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତା’ପରେ କୋରାପୁଟ ମେଡିକାଲ କଲେଜ ଓ ଶେଷରେ ବିଶାଖପାଟଣାର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା । ହେଲେ ସେଠାରୁ ଚନ୍ଦନା ମଣ୍ଡଳ କୌଣସି ପ୍ରକାରେ ଖସି ପଳାଇଥିଲେ ।

୬ ମାସ ପରେ ନବରଙ୍ଗପୁର ଓ ଡାବୁଗାଁ ଥାନା ପୋଲିସ ମିଳିତ ଭାବେ ଡାବୁଗାଁରେ ଥିବା ଚନ୍ଦନାଙ୍କ ସ୍ବାମୀଙ୍କ ମୋଟର ପାର୍ଟସ ଦୋକାନରେ ଚଢ଼ାଉ କରି ୧ ଲକ୍ଷ ୮ ହଜାର ୬୫୦ ଟଙ୍କା, ୩ଟି ମୋବାଇଲ ଫୋନ ଓ କିଛି କାଗଜପତ୍ର ଜବତ କରିଥିଲେ । ଅଧିକ ତନାଘନା କରାଯିବା ପରେ ଚନ୍ଦନା ମଣ୍ଡଳଙ୍କୁ ଛତିଶଗଡ଼ର ଇଟାଭଟା ଗାଁରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

Leave A Reply

Your email address will not be published.