Latest Odisha News

BREAKING NEWS

ଅମିତ ଶାହଙ୍କ ପରେ ରାହୁଲ ଗାନ୍ଧୀ ଭେଟିଲେ ମୁସେଓ୍ୱାଲଙ୍କ ପରିବାରବର୍ଗଙ୍କୁ

ଅମୃତସର: ମୃତ ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଲେ କଂଗ୍ରେସ ନେତା ତଥା ଓ୍ୱାଏନାଡର ସାଂସଦ ରାହୁଲ ଗାନ୍ଧୀ। ମଙ୍ଗଳବାର ପଞ୍ଜାବର ମାନସାସ୍ଥିତ ମୁସେଓ୍ୱାଲାଙ୍କ ନିଜ ପୈତୃକ ଗାଁକୁ ଯାଇ ମୁସେଓ୍ୱାଲାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପାଖାପାଖି ଏକ ଘଣ୍ଟାର ଏହି ଗସ୍ତ କାଳରେ ରାହୁଲ ଗାନ୍ଧୀ ମୂସେଓ୍ୱାଲାଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ କଂଗ୍ରେସ ନେତା ପ୍ରତାପ ସିଂହ ବାଜଓ୍ୱା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନୀ, ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ବାରିଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ମୁସେଓ୍ୱାଲା ହତ୍ୟାକାଣ୍ଡ ସମୟରେ ରାହୁଲ ଗାନ୍ଧୀ ବିଦେଶରେ ଥିଲେ। ସପ୍ତାହ ଶେଷରେ ସେ ସ୍ୱଦେଶ ଫେରିଥିଲେ ଏବଂ ମଙ୍ଗଳବାର ସକାଳେ ଚଣ୍ଡିଗଡ଼ରେ ଅବତରଣ କରି ମୁସେଓ୍ୱାଲାଙ୍କ ଗାଁକୁ ଯାଇଥିଲେ।

ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ମୁସେଓ୍ୱାଲା କଂଗ୍ରେସ ଟିକେଟରେ ଲଢ଼ିଥିଲେ। ସେ ଆପ୍ ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ 63 ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ଏହାପୂର୍ବରୁ ମୁସେଓ୍ୱାଲାଙ୍କ ପରିବାର ଲୋକେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଅମିତ ଶାହ ଚଣ୍ଡିଗସ୍ତରେ ଥିଲେ। ଏହି ସମୟରେ ମୁସେଓ୍ୱାଲାଙ୍କ ବାପା ଚଣ୍ଡିଗଡ ଆସି ଶାହଙ୍କୁ ଭେଟିଥିଲେ। ଆଉ ପୁଅ କିପରି ହତ୍ୟାର ଶିକାର ହେଲା କହିଥିଲେ। ସେ ନ୍ୟାୟ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ରାହୁଲ ଦୁଇ ଦିନ ତଳେ ପଞ୍ଜବ ମୁଖ୍ୟମନ୍ତ୍ରା ତଥା ଆମ୍ ଆଦମୀ ପାର୍ଟି ନେତା ଭଗଓ୍ୱତ ସିଂ ମାନ ମୁସେଓ୍ୱାଲାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।’

ମାନ୍ ସରକାର ମୁସେଓ୍ୱାଲଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଦିନକ ପରେ ଦୁର୍ବୃତ୍ତମାନେ ମୁସେଓ୍ୱାଲଙ୍କୁ ପିଛା କରି ହତ୍ୟା କରିଥିଲେ।

Leave A Reply

Your email address will not be published.