Latest Odisha News

BREAKING NEWS

ନୂଆବର୍ଷ ପାଇଁ ନଅ ଦିନିଆ ବିଶ୍ରାମ ନେବେ ରାହୁଲ: ଜାନୁଆରୀ ୩ରେ ପୁଣି ବାହାରିବ ଯାତ୍ରା

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ରାହୁଲ ଗାନ୍ଧୀ କରୁଛନ୍ତି ଭାରତ ଯୋଡ଼ୋ ଯାତ୍ରା । ଆଜିର ଯାତ୍ରା ଲାଲକିଲ୍ଲା ଠାରେ ସରିବ । ଆଜିଠାରୁ ୯ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ଏହା ପରେ ପୁଣି ଥଲେ ଦିଲ୍ଲୀରୁ ଜାନୁଆରୀ ୩ ତାରିଖରୁ ଯାତ୍ରା ଆରମ୍ଭ କରିବେ ରାହୁଲ ।

ଦଳର ବରିଷ୍ଠ ନେତା ଜୟରାମ ରମେଶ, ପଓ୍ୱନ କୁମାର, ଭୁପିନ୍ଦର ସିଂ ହୁଡା, କୁମାରୀ ସେଲିଜା ଓ ରଣଦୀପ ସୂର୍ଯ୍ୟେଓ୍ୱାଲା ବି ସାଙ୍ଗରେ ଚାଲି ଚାଲି ସମର୍ଥକ ଗୋଟାଉଛନ୍ତି । ସେପଟେ କୋଭିଡ୍ ନିୟମ ପାଳନ କରିବାକୁ କେନ୍ଦ୍ର ଦେଇଛି ଚେତାବନୀ । ରାଲିରେ କୋଭିଡ୍ ପ୍ରୋଟୋକଲ୍ ଭଙ୍ଗ ନେଇ ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ଯାହାର ଜବାବରେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଗୁଜରାଟ ଓ ରାଜସ୍ଥାନରେ ‘ଜନ ଆକ୍ରୋଶ ଯାତ୍ରା’ କରିଥିଲେ ।  ବିଜେପି ଅନେକ ରାଜ୍ୟରେ ଯାତ୍ରା କରୁଛି । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆମକୁ ଚିଠି ଲେଖୁଛନ୍ତି । ଭାରତ ଯୋଡ଼ୋ ଯାତ୍ରାରେ ଲୋକଙ୍କ ଭଲପାଇବା ଦେଖି ବିଜେପି ଡ଼ରି ଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Leave A Reply

Your email address will not be published.