Latest Odisha News

ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଦେଶରେ ଲୋକୋସଭା ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ । ବିଭିନ୍ନ ରାଜନୈତିକ ଦଳ ତରଫରୁ ସବୁଠି ପ୍ରଚାର ପ୍ରସାର ଜୋର ଧରିଛି । ବିଜୟ ନେଇ ସବୁ ନେତା ତଥା ପ୍ରାର୍ଥୀଙ୍କ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟର୍‌ଙ୍କୁ ଭୋଟ୍‌ ମାଗୁଛନ୍ତି । ଯେଣ ତେଣ ପ୍ରାକରର ବଳ ବୁଦ୍ଧ ଖଟାଇ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି । ଏହା ମଧ୍ୟରେ ଏକ ଚକିତ କଲା ଭଳି ଦୃଶ୍ୟ ସାମ୍ନାକୁ ଆସିଛି ।

BjdElectrycity

ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ବେଳେ ସେ ଜଣେ ବୃଦ୍ଧାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, ତେଲେଙ୍ଗାନାର ନିଜାମାବାଦ ଲୋକସଭା ଆସନରୁ କଂଗ୍ରେସ ଜୀବନ ରେଡ୍ଡ ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ପାଇଁ ଘର ବୁଲି ଲୋକଙ୍କୁ ଭୋଟ୍‌ ମାଗୁଛନ୍ତି । ଏହି ସମୟରେ ସେ ଜଣେ ମହିଳାଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।

ତେବେ ନିଜାମାବାଦ ଲୋକସଭା ଆସନରେ ଆସନ୍ତା ମେ’ ୧୩ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏଠାରେ କଂଗ୍ରେସ ଜୀବନ ରେଡ୍ଡୀଙ୍କୁ ଟିକେଟ୍‌ ଦେଇଥିବା ବେଳେ ବିଜେପି ଧର୍ମପୁରୀ ଅରବିନ୍ଦଙ୍କୁ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.