ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଟି୨୦ କ୍ୟାରିୟରର ୭ମ ଶତକ । ଏହି ଶତକ ସହ ରାହୁଲ ଭାରତର ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ରିତୁରାଜ ଗାଏକ୍ୱାଡ ଓ ଶୁଭମନ ଗିଲଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ୪ଜଣ ବ୍ୟାଟ୍ସମ୍ୟାନ ଟି୨୦ରେ ୬ ଲେଖାଏଁ ଶତକ ହାସଲ କରିଛନ୍ତି । ତେବେ ଭାରତ ପକ୍ଷରୁ ସର୍ବାଧିକ ଶତକ ବିରାଟ କୋହଲିଙ୍କ ନାମରେ ରହିଛି । ସେ ୯ ଶତକ ହାସଲ କରିଛନ୍ତି ।
୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ରାହୁଲ ଆଇପିଏଲରେ ୫ ଶତକ ମାରିଛନ୍ତି । ବିରାଟ କୋହଲି ଓ ଜୋସ ବଟଲର ଓ କ୍ରିସ ଗେଲ ସର୍ବାଧିକ ୮ ଶତକ ମାରିଛନ୍ତି । ୨୦୧୩ ପରଠାରୁ ରାହୁଲ ଆଇପିଏଲରେ ଖେଳି ଆସୁଛନ୍ତି । ସେ ଓଭରାଲ ୧୪୩ ମ୍ୟାଚ ଖେଳି ୫୧୭୬ ରନ ସଂଗ୍ରହ କରିଛନ୍ତି । ୫ଶତକ ଓ ୪୦ ଅର୍ଦ୍ଧଶତକ ସାମିଲ । ରାହୁଲଙ୍କ ଶତକ ବଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ସମ୍ମୁଖରେ ୨୦୦ ରନର ଲକ୍ଷ୍ୟ ରଖିଛି ।
Comments are closed.