Latest Odisha News

BREAKING NEWS

ମୋଦିଙ୍କ ପୂର୍ବରୁ ରାହୁଲ ରାମ ମନ୍ଦିରରେ ପୂଜା ସାରିଦେବେ !

ଭୁବନେଶ୍ୱର: ଆସନ୍ତାବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ହେବ। ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ମାଧ୍ୟମରେ ବିଜେପି ଦେଶବ୍ୟାପୀ ମାହୋଲ ତିଆରି କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି।

ଏପରିକି ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଅଯୋଧ୍ୟା ଅଣାଯିବାର ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାର ତାରିଖ ମଧ୍ୟ ସ୍ଥିର କରାଯାଉଛି।

କିନ୍ତୁ ଏ ଭିତରେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗସ୍ତ କରିବେ ବୋଲି ଚର୍ଚ୍ଚା ହେଉଛି।

ରାହୁଲ ରାମଙ୍କ ଦର୍ଶନ ଓ ପୂଜା କରିବାକୁ ଚାହୁଁଥିବା କୁହାଯାଉଛି। କିନ୍ତୁ କଣ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଓ ମୋଦିଙ୍କ ଗସ୍ତ ପୂର୍ବରୁ ରାହୁଲ ସେଠାକୁ ଗସ୍ତ କରିବେ କି ବୋଲି ଆଲୋଚନା ଆରମ୍ଭ ହୋଇଛି।

ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହ କଂଗ୍ରେସ ପଦାଧିକାରୀ ଆଲୋଚନା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ମୁଖ୍ୟ ପୂଜାରୀଙ୍କ ସହ ଆଲୋଚନା କରିଥିବା ଟିମରେ ରାହୁଲ ଗାନ୍ଧୀଙ୍କ ଉପଦେଷ୍ଟା ବିଜୟ ମହାଜନ ସାମିଲ ହେବା ଏହି ଚର୍ଚ୍ଚାକୁ ଆହୁରି ବଢାଇଦେଇଛି।

ସପ୍ତାହେ ପୂର୍ବରୁ ଏ ନେଇ ଆଲୋଚନା ହୋଇଥିବା ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି। କିନ୍ତୁ ଏ ଯାଏ କୌଣସି ସୂଚନା ଦିଆଯାଇନାହିଁ ବୋଲି କୁହାଯାଇଛି।

ରାହୁଲ ଗାନ୍ଧୀ ରାମଙ୍କୁ ଦର୍ଶନ କରିବାକୁ ଚାହୁଁଥିବା ବିଜୟ ମହାଜନ ଆଚାର୍ଯ୍ୟଙ୍କୁ କହିଥିବା ସେ କହିଛନ୍ତି। ରାମଙ୍କୁ ଦର୍ଶନ କରିବାର ଅଧିକାର ସମସ୍ତଙ୍କର ଅଛି ବୋଲି ସେ କହିଛନ୍ତି।

କିନ୍ତୁ କେଉଁ ସମୟରେ ରାହୁଲ ଆସିବାକୁ ଚାହୁଁଛନ୍ତି ତାହା କୁହାଯାଇ ନ ଥିବା ଆଚାର୍ଯ୍ୟ କହିଛନ୍ତି। ରାହୁଲଙ୍କ ସହ ଆଲୋଚନା କରିବା ପରେ ଆଚାର୍ଯ୍ୟଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।

ରାମ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଦେଶରେ ଏକ ଭିନ୍ନ ବତାବରଣ ପ୍ରସ୍ତୁତକୁ ନେଇ ବିଜେପି ବେଶ ଆଶାବାଦୀ ରହିଛି। ଆଗାମୀ ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଏହା ସବୁଠୁ ବଡ଼ କାର୍ଯ୍ୟ ବୋଲି କୁହାଯାଉଛି।

ସେଥିପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ସାରା ଦେଶ କୋଣଅନୁକୋଣରୁ ସାଧୁ ସନ୍ଥ ଓ ଲୋକଙ୍କୁ ଆଣି ବଡ଼ ମାହୋଲ ତିଆରି କରାଯିବାର ଯୋଜନା ହୋଇଥିବା କୁହାଯାଉଛି। କିନ୍ତୁ ଏ ଭିତରେ ରାହୁଲଙ୍କ ଆଗୁଆ ରାମ ମନ୍ଦିର ଦର୍ଶନ ପ୍ରସଙ୍ଗ ଦେଶର ରାଜନୀତିକୁ ବେଶ ରୋଚକ କରିଛି।

Leave A Reply

Your email address will not be published.