Latest Odisha News

କରତ କଳରେ ଚଢ଼ାଉ, ୨୨ ଲକ୍ଷର କାଠ ଜବତ

ଭଦ୍ରକ: କରତ କଳରେ ରେଡ୍ । ବନ ବିଭାଗର ଭିଜିଲାନ୍ସ ୱିଙ୍ଗ ବେଆଇନ୍ ଭାବେ ଚାଲୁଥିବା କରତ କଳରେ ଚଢ଼ାଉ କରିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ମୁଲିଆ ସାହି ଓ ଦକ୍ଷିଣ କାଞ୍ଜିପାଳରେ ଚାଲିଥିବା ୨ଟି ବେଆଇନ୍ କରତ କଳରେ ଚଢ଼ାଉ କରାଯାଇ ଥିବାବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି ।

ଭଜିଲାନ୍ସ ୨ଟି କାଠ ବୋଝେଇ ଗାଡ଼ି ଜବତ କରିଛି । ବେଆଇନ୍ କରତ କଳରୁ ପ୍ରାୟ ୨୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏବେବି ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛି ବନ ବିଭାଗର ଭିଜିଲାନ୍ସ ୟୁନିଟ୍ ।

Leave A Reply

Your email address will not be published.