Latest Odisha News

BREAKING NEWS

୧୭ଟି ଜେଲ ଉପରେ ରାତିଅଧିଆ ହେଲା ଚଢ଼ାଉ, ଶତାଧିକ ମୋବାଇଲ ଫୋନ ଜବତ

ଅହମ୍ମଦାବାଦ: ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟର ୧୭ଟି ଜେଲ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଗୁଜୁରାଟର ସାବରମତୀ ସହ ୧୭ଟି ଜେଲରେ ପୁଲିସ ଅତର୍କିତ ଚଢ଼ାଉ କରିଥିବାବେଳେ ଶତାଧିକ ମୋବାଇଲ ଜବତ କରାଯାଇଛି । ରାଜ୍ୟ ଗୃହ ମନ୍ତ୍ରୀ ହର୍ଷ ସଙ୍ଘଭିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଏହି ଚଢ଼ାଉ କରିଥିବାବେଳେ ଖୋଦ ଗୃହ ମନ୍ତ୍ରୀ କଣ୍ଟ୍ରୋଲ ରୁମରେ ସ୍ଥିତି ଅନୁଧ୍ୟାନ କରୁଥିଲେ । ବାସ୍ତବରେ ଜେଲରୁ ରହି ଅପରାଧ ନିୟନ୍ତ୍ରଣ କରାଯାଉଥିବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ କରାଯାଇଥିଲା । ଗୁଜୁରାଟ ଡିଜିପି ବିକାଶ ସହାୟଙ୍କ ସୂଚନା ମୁତାବକ ପ୍ରାୟ ୧୭୦୦ ପୋଲିସ କର୍ମୀ ଏହି ଚଢ଼ାଉ କରିଥିବାବେଳେ ଗତକାଲି ବିଳମ୍ବିତ ରାତିରୁ ଆଜି ସକାଳ ଯାଏଁ ଏହି ଚଢ଼ାଉ ଚାଲିଥିଲା । ଏହି ଚଢ଼ାଉ ସମୟରେ ପୋଲିସ ସହ ସନ୍ଧାନୀ କୁକୁରଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।

ଗୁଜୁରାଟର ଅହମ୍ମଦାବାଦ, ରାଜକୋଟ, ସୁରଟ, ଭଦୋଦରା, ଜାମନଗର, ଭାବନଗର, ବନାସକାଠ, ସାବରମତୀ ଜେଲ ଉପରେ ଚଢ଼ାଉ କରିଥିଲା । ରାଜ୍ୟ ଗୃହ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଚଢ଼ାଉ ସମୟର ଲାଇଭ ଭିଡିଓକୁ ରାଜ୍ୟ ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ କଣ୍ଟ୍ରୋଲ ରୁମରୁ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.