Latest Odisha News

BREAKING NEWS

ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ୍; ମାଦକ ଦ୍ରବ୍ୟ, ମଦ ଓ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ପହିଲା ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଚଢ଼ାଉ କାର୍ଯ୍ୟକ୍ରମ ଚାଲୁଛି ।

BjdElectrycity

ସୂଚନା ମୁତାବକ, ଜାନୁଆରୀ ମାସ ୧ ତାରିଖ ଠାରୁ ଫେବୃଆରୀ ମାସ ୨୯ ତାରିଖ ଦୁଇମାସ ମଧ୍ୟରେ ଆୟକର ବିଭାଗ ଦ୍ୱାରା ୩.୬୧ କୋଟି ନଗଦ ଟଙ୍କା ଓ ୭.୮୦ କିଗ୍ରାର ମୂଲ୍ୟବାନ ଧାତୁ ଯଥା-ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ, ଯାହାର ଆନୁମାନିକ ମୂଲ୍ୟ ୪.୭୩ କୋଟି ଟଙ୍କା ହେବ ଜବତ କରାଯାଇଛି ।

ସେହିପରି, ଗତ ଦୁଇମାସ ମଧ୍ୟରେ ପ୍ରବର୍ତ୍ତନ କାର୍ଯ୍ୟାଳୟ (ଇଡି) ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସ୍‌ଏଫ୍‌) ଦ୍ୱାରା ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି । ରାଜ୍ୟ ପୋଲିସ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ୧୮ ଲକ୍ଷ ଟଙ୍କା, ୨୨୪୩୯୬.୩୦ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୫.୧୮ କୋଟି ଟଙ୍କା ହେବ । ସେହିପରି, ୨୪୮୨୫ କେଜିର ମାଦକ ଦ୍ରବ୍ୟ ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୨୫.୧୭ କୋଟି ଟଙ୍କା ହେବ । ସେହିପରି ୦.୨୭ କିଗ୍ରାର ମୂଲ୍ୟବାନ ଧାତୁ ଜବତ ହୋଇଛି, ଯାହାର ମୂଲ୍ୟ ୦.୧୯ କୋଟି ଟଙ୍କା ହେବ ।

ସେହିପରି ରାଜ୍ୟ ଅବକାରୀ ବିଭାଗ ଦ୍ୱାରା ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ୨ ଲକ୍ଷ ଟଙ୍କା, ୪୧୨୪୦୮.୬୬ ଲିଟର ମଦ ଯବତ ହୋଇଛି, ଯାହାର ମୂଲ୍ୟ ୮.୫୪ କୋଟି ଟଙ୍କା ହେବ, ସେହିପରି, ୩୭୩୩.୫୦ କି.ଗ୍ରାର ମାଦକ ଦ୍ରବ୍ୟ ଜବତ କରାଯାଇଛି, ଯାହାର ମୂଲ୍ୟ ୭.୫୪ କୋଟି ଟଙ୍କା ହେବ ।

ରେଳବାଇ ସୁରକ୍ଷା ବଳଙ୍କ ଦ୍ୱାରା ୮୯.୧୫ ଲିଟର ମଦ ଜବତ କରାଯାଇଛି । ୪୪୬.୫୧ କିଲୋଗ୍ରାମର ମାଦକ ଦ୍ରବ୍ୟ ଜବତ କରାଯାଇଛି । ଯାହାର ମୂଲ୍ୟ ୦.୪୧ କୋଟି ଟଙ୍କା ହେବ ।

ରାଜ୍ୟ ସିଟି ଓ ଜିଏସ୍‌ଟି ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୬.୦୫ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଛି । ସେହିପରି ଜଙ୍ଗଲ ବିଭାଗ ତରଫରୁ ୩.୮୪ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଓ କାଠ ସାମଗ୍ରୀ ଜବତ କରାଯାଇଛି ।

ଗତ ଦୁଇମାସ ମଧ୍ୟରେ ଉପରୋକ୍ତ ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ମୋଟରେ ୪.୪୬ କୋଟି ନଗଦ ଟଙ୍କା, ୬୩୬୮୯୪.୧୧ ଲିଟର ମଦ ଜବତ ହୋଇଛି । ଯାହାର ମୂଲ୍ୟ ୧୩.୭୩ କୋଟି ଟଙ୍କା ହେବ । ସେହିପରି, ୨୯୦୭୮.୨୧ କିଲୋଗ୍ରାମର ମାଦକ ଦ୍ରବ୍ୟ ଜବତ ହୋଇଛି, ଯାହାର ମୂଲ୍ୟ ୩୩.୪୦ କୋଟି ଟଙ୍କା ହେବ । ୮.୦୬ କିଗ୍ରାର ମୂଲ୍ୟବାନ ଧାତୁ ଜବତ ହୋଇଛି, ଯାହାର ମୂଲ୍ୟ ୪.୯୨ କୋଟି ଟଙ୍କା ହେବ ଓ ୧୯.୮୯ କୋଟି ଟଙ୍କାର ଶାଢ଼ି, ଗହଣା ଇତ୍ୟାଦି ମୂଲ୍ୟବାନ ଉପହାର ସାମଗ୍ରୀ ଇତ୍ୟାଦି ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.