Latest Odisha News

BREAKING NEWS

ଟ୍ରେନ ଭିତରେ ଯେଭଳି ବି ସମସ୍ୟା ହେଉ ଏହି ଆପ ଦ୍ୱାରା ମିଳିବ ସାହାଯ୍ୟ

ନୂଆଦିଲ୍ଲୀ: ଦେଶର ଜୀବନରେଖା କୁହାଯାଉଥିବା ଟ୍ରେନ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତାୟାତ କରିଥାନ୍ତି । ତେବେ ଯାତ୍ରା ସମୟରେ ଯାତ୍ରୀ ବେଳେବେଳେ ଏଭଳି କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ଯାହାକୁ ନେଇ ସେମାନେ ଚିନ୍ତାରେ ପଡିଯାଇଥାନ୍ତି । କିଛି ଲୋକ ନିଜର ସମସ୍ୟା ବାବଦରେ ଟ୍ୱିଟରରେ ଯଦିଓ ପୋଷ୍ଟ କରନ୍ତି, କିନ୍ତୁ ଏହାର ଉତ୍ତର ମିଳୁ ମିଳୁ ଯାତ୍ରା ସରିଯାଇଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପ ବାବଦରେ କହିବୁ ଯାହାକି ଟ୍ୱିଟରଠାରୁ ଶୀଘ୍ର କାମ କରିଥାଏ । ଅର୍ଥାତ ଆପଣଙ୍କ ସମସ୍ୟା ସମାଧାନ କରିବାରେ ଏହି ଆପ ଟ୍ୱିଟରଠାରୁ ବହୁ ପାଦ ଆଗରେ ରହିଛି । ଏହି ଆପର ନାମ ହେଉଛି ‘ରେଲମଦଦ’ ।

ଖୋଦ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ଆପ ଲଂଚ କରାଯାଇଛି । ଏହି ଆପକୁ ନେଇ ରେଳ ମନ୍ତ୍ରାଳୟର କହିବା କଥା ଯେ ଆପଣ ଏହା ଦ୍ୱାରା ଟ୍ରେନ ସହ ଜଡିତ ସମସ୍ତ ପ୍ରଶ୍ନ ସହ ଅଭିଯୋଗର ସମାଧାନ ପାଇପାରିବେ । ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି ଏହି ଆପ ମାଧ୍ୟମରେ ଆପଣ ଚିକିତ୍ସା ଓ ସୁରକ୍ଷା ବାବଦରେ ସମସ୍ତ ସହାୟତା ପାଇପାରିବେ । ବଡ କଥା ଯେ ଏହି ଆପ ମାଧ୍ୟମରେ ଦିବ୍ୟାଙ୍ଗ ଓ ମହିଳାମାନଙ୍କ ପାଇଁ ବିଶେଷ ସୁବିଧା ମଧ୍ୟ ଦିଆଯାଇଛି । ଏହି ଆପ ମାଧ୍ୟମରେ ଆପଣ ସହଜରେ କୌଣସି ଅଭିଯୋଗ ମଧ୍ୟ ଦାଖଲ କରିପାରିବେ । ରେଳଷ୍ଟେସନ ହେଉ ବା ରେଳ ସୁରକ୍ଷାକର୍ମୀଙ୍କ ବାବଦରେ ମଧ୍ୟ ଆପଣ ଅଭିଯୋଗ କରିପାରିବେ ।

Leave A Reply

Your email address will not be published.