Latest Odisha News

BREAKING NEWS

‘ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ?’

ପଦ୍ମପୁର: ପାଇକମାଳରେ ମାଳ ମାଳ ବିଜେପି ନେତା । ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାରରେ ସାମଲ ହୋଇଛନ୍ତି ୨ କେନ୍ଦ୍ର ମନ୍ତ୍ରୀ । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ ଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁଙ୍କ ରେଳମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗ ଉଠିଥିଲା । ବରଗଡ଼-ନୂଆପଡା ନୂଆ ରେଳ ଲାଇନ୍ ନେଇ ଟାର୍ଗେଟ୍ କରିଥିଲେ ରେଳମନ୍ତ୍ରୀ । ରାଜ୍ୟ ସରକାରଙ୍କୁ ଅଶ୍ୱିନୀ ବୈଷ୍ଣବଙ୍କ  ଖୋଲା ଚ୍ୟାଲେଞ୍ଜ । କାଲି ଜାଗା ଦେଲେ ପହରଦିନ କାମ ହେବ । ଅଶ୍ୱିନୀ ବୈଷ୍ଣବ ପ୍ରଶ୍ନ କରିଛନ୍ତିଯେ ରାଜ୍ୟ ସରକାର ଜାଗା ନଦେଲେ ରେଳ ଲାଇନ୍ କିପରି ହେବ? ପଶ୍ଚିମ ଓଡ଼ିଶାରେ ୧୩ ବିଶ୍ୱସ୍ତରୀୟ ରେଳ ଲାଇନ କାମ ଆରମ୍ଭ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି ।

ବରଗଡରୁ ନୂଆପଡା ରେଳ ଲାଇନ୍ ଏଠିକାର ଲୋକଙ୍କ ଅଧିକାର। କେହି ଏହାକୁ ମନା କରିବେନି। ଓଡ଼ିଶା ପ୍ରତି ମୋଦୀଜୀଙ୍କ ସଙ୍କଳ୍ପକୁ ନିଶ୍ଚିତ ଭାବେ ପୂରା କରାଯିବ ବୋଲି କହିଥିଲେ ରେଳ ମନ୍ତ୍ରୀ । ଓଡ଼ିଶା ପାଇଁ ୫ଶହ କୋଟି ଟଙ୍କା ଥିଲା, ଏବେ ମୋଦୀଜୀ ଓଡ଼ିଶା ରେଳଓ୍ୱେ ପାଇଁ ୧୦ହଜାର କୋଟି ଟଙ୍କା ଦେଇଛନ୍ତି । ଗାଁ ଗାଁକୁ ରେଳ ଲାଇନ ପାଇଁ ୫,୬୦୦ କୋଟି ଟଙ୍କା ଦେଇଛନ୍ତି ମୋଦୀଜୀ ।

ରାଜ୍ୟରେ କେବଳ ଜାଗା ମିଳିଲେ କେନ୍ଦ୍ର ସରକାର କେତେ ରେଳ ଲାଇନ୍ ହୋଇପାରନ୍ତା ବୋଲି ସେ କହିଛନ୍ତି ।ପଦ୍ମପୁରରେ ପଦ୍ମ ଫୁଲ ବୋଲି ନାରା ଦେଇଥିଲେ ବୈଷ୍ଣବ । ବିଧାନସଭାକୁ ପ୍ରଦୀପଙ୍କୁ ପଠାଇବା ପାଇଁ ଭୋଟ ଦେବାକୁ ସେ ଭୋଟରଙ୍କୁ ଆହ୍ୱାନ କରିଥିଲେ । ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ସଭାରେ ଉପସ୍ଥିତ ଥିଲେ । ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପ୍ରଚାର ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.