Latest Odisha News

BREAKING NEWS

ଆଉ ଦୁଇ ଦିନ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଗତ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି । ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି । ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି ।

ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଆଜି ଓ ଆସନ୍ତାକାଲି ରାଜ୍ୟର ୧୨ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ ରୁ ୪୦କିମି ବେଗରେ ପବନ ବୋହିବାର ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ।

ବିଜୁଳି ଘଡ଼ଘଡ଼ି ସମୟରେ ଯେତେଦୂର ସମ୍ଭବ ଘରେ ରହିବା ସହ ଝଡ଼ବର୍ଷା ସମୟରେ ବାହାରକୁ ନଯିବା, ଗଛତଳେ ଆଶ୍ରୟ ନ ନେବାକୁ ପାଣିପାଗ ବିଭାଗ ଏବଂ ଏସଆରସି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.