Latest Odisha News

BREAKING NEWS

ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ

ଜଗତସିଂହପୁର: ଶେଷ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ଜୁନ୍ ୧ ତାରିଖରେ ହେବାକୁ ଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ପ୍ରଥମ ଦିନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସାଂସଦ ପ୍ରାର୍ଥୀନୀ ଡ଼ା.ରାଜଶ୍ରୀ ମଲ୍ଲିକ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିରାଟ ଶୋଭାଯାତ୍ରାରେ ଆସି ଉଭୟ ପ୍ରାର୍ଥୀ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସାଂସଦ ପ୍ରାର୍ଥୀନୀ ଡ଼ା.ରାଜଶ୍ରୀ ମଲ୍ଲିକ ଜିଲ୍ଲାପାଳ ଅନୁପମ ସାହା ଙ୍କ ନିକଟରେ ଦାଖଲ କରିଥିବା ବେଳେ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ତାଙ୍କର ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ନିକଟରେ ଦାଖଲ କରିଛନ୍ତି ।

ଉଭୟ ପ୍ରାର୍ଥୀ ମାଆ ଶାରଳାଙ୍କୁ ଦର୍ଶନ କରିବା ପରେ ସେହିଠାରୁ ସମର୍ଥକ ମାନଙ୍କ ସହ ଏକ ପଟୁଆରରେ ବାହାରି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ପ୍ରାର୍ଥୀ ଭୋଟର ମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ଦିନରାତି ଏକ କରି ଦେଇଥିବା ବେଳେ ନିଶ୍ଚୟ ବିଜୟର ଆଶା ରଖିଛନ୍ତି ।

Leave A Reply

Your email address will not be published.