Latest Odisha News

BREAKING NEWS

ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ

ଦୁବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ପ୍ରତ୍ୟେକ ଗୀତ ଉପରେ ପ୍ରଶଂସକଙ୍କ ନଜର ରହିଥାଏ । ଏବେ ଦୁବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ଅଧାରୁ ହଠାତ ନେଲ କଟରରେ ନଖ କାଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରାସରିତ ହେବା ପରେ ଖୁବ ଶୀଘ୍ର ଭାଇରାଲ ହୋଇଛି । ଅଧିକାଂଶ ସମ୍ପୂର୍ଣ୍ଣ ଘଟଣା ନ ଜାଣିବା ସତ୍ୱେ ଅରିଜିତଙ୍କୁ ଟ୍ରୋଲ କରିଛନ୍ତି । ସମୟ ନ ଥିଲା ଯେ, ଷ୍ଟେଜରେ ନଖ କାଟିବା ଜରୁରୀ ଥିଲା ବୋଲି ଜଣେ ୟୁଜର୍ସ କହିଛନ୍ତି । ଆଉ ଜଣେ ଏହା ସମ୍ପୂର୍ଣ୍ଣ ଭାବେ ଅଣପେସାଦାର ବ୍ୟବହାର ବୋଲି କହିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଗୀଟାର ବଜାଇବା ବେଳେ ଅରିଜିତ ନଖ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଭଲ କରି ବଜାଇବା ପାଇଁ ସେ ସଙ୍ଗେ ସଙ୍ଗେ ନଖ କାଟିଥିଲେ । ସୂଚନାଯୋଗ୍ୟ, ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଅଭିନେତ୍ରୀ ମାହୀରା ଖାଁଙ୍କଚ ଚିହ୍ନି ନ ପାରିବା ଯୋଗୁ ସର୍ବସାଧାରଣରେ କ୍ଷମା ମାଗିଥିଲେ । ଅମର ସିଂ ଚମକୀଲାର ଅରିଜିତ ଗାଇଥିବା ବିଦା କରୋ ଗୀତ ଏବେ ସମସ୍ତଙ୍କୁ ପସନ୍ଦ ଆସୁଛି ।

Leave A Reply

Your email address will not be published.