Latest Odisha News

ଅତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରେ ପୋଲିସ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି। ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆଁ ଲଗାଇବା ଭଳି ଅପରାଧ ସହ ଜଡ଼ିତ ଥିଲେ।

ଗତକାଲି ଏହି ୧୬ ମାଓବାଦୀ ଦନ୍ତେଵାଡ଼ା ଆରକ୍ଷୀ ଅଧୀକ୍ଷକ ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତା’ଛଡ଼ା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦିଆଯିବ।

Leave A Reply

Your email address will not be published.