Latest Odisha News

BREAKING NEWS

ରାଜସ୍ଥାନ ରାଜ୍ୟପାଳଙ୍କୁ ଅଧିବେଶନ ପାଇଁ ଗେହଲଟଙ୍କ ସାନି ପ୍ରସ୍ତାବ

ଜୟପୁର: ଜାରି ରହିଛି ରାଜସ୍ଥାନୀ ରାଜନୀତି ସଙ୍କଟ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି । ୩୧ ଜୁଲାଇରୁ ବିଧାନସଭା ଅଧିବେଶନ ଡାକିବାକୁ ସେ ଏହି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି । କରୋନା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି । ହେଲେ ବିଧାନସଭାରେ ଫ୍ଲୋର ଟେଷ୍ଟ ନେଇ କୌଣସି କଥା ଉଲ୍ଲେଖ ନାହିଁ ।

ଏହା ପୂର୍ବରୁ ବିଧାନସଭା ଅଧିବେଶନ ଡାକିବା ପାଇଁ କଂଗ୍ରେସ ବିଧାୟକମାନେ ମଧ୍ୟ ଅଡି ବସିଥିଲେ । ଏହାପରେ ଶନିବାର ଗେହଲଟଙ୍କ ବାସଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ପରେ ସଂଶୋଧିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ଅନୁମତି ଦେଇଥିଲେ ।

ତେବେ ଜୁଲାଇ ୩୧ରେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଅନ୍ୟପଟେ ଆବଶ୍ୟକ ପଡିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବି ବୋଲି ଗେହଲଟ କହିଛନ୍ତି ।

Leave A Reply

Your email address will not be published.