Latest Odisha News

BREAKING NEWS

ସାବାଡ ହେବେ ରୋଡ ରୋମିଓ, ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ଏଚଇଆର’

ଭୁବନେଶ୍ଵର: ମହିଳାଙ୍କୁ କମେଣ୍ଟ ମାରିବା ଏବେ ପଡିବ ମହଙ୍ଗା । ସାବାଡ ହେବେ ରୋଡ ରୋମିଓ । କାରଣ ଏଣିକି ମହିଳାଙ୍କୁ ସୁରକ୍ଷା ଦେବ ‘ହାଇ ଏଫିସିଏନସି ରେସପନ୍ସ’ ବା ‘ଏଚଇଆର’ । ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ୧୪ ଜଣିଆ ସ୍ପେଶାଲ ଟିମ୍ ।

ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ହଇରାଣ, ହାରସମେଣ୍ଟ କିମ୍ବା କମେଣ୍ଟ ମାରିଲେ ଏହି ଟିମ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମହିଳାମାନେ ୧୧୨ କିମ୍ବା ୬୩୭୨୫-୦୦୪୦୦ ନମ୍ବରକୁ ମେସେଜ କିମ୍ବା ଫୋନ୍‌ କରି ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ମାତ୍ରେ ହିଁ ଏହି ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଯେଉଁମାନେ ଫୋନ୍‌ କରିବେ ସେମାନଙ୍କ ପରିଚୟ ଗୋପନ ରଖିବ କମିଶନରେଟ୍‌ ପୋଲିସ ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ । ମୁଖ୍ୟତଃ ରାତିରେ କାମ ସାରି ଫେରୁଥିବା ମହିଳାଙ୍କୁ ଖରାପ କମେଣ୍ଟ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଏହି ବେଶ୍ ସହାୟକ ହେବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ ।

Leave A Reply

Your email address will not be published.