Latest Odisha News

BREAKING NEWS

ଆଉ ଏକ ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟରେ ଅଭିନୟ କରିବେ ରାମଚରଣ

ମାଡ୍ରାସ: ବାହୂବଳୀ ଓ ଆରଆରଆର ଫିଲ୍ମ ମାଧ୍ୟମରେ ସାଉଥ ସୁପରଷ୍ଟାର ରାମଚରଣ ଏବେ ସାରା ଭାରତରେ ପରିଚିତ ହୀରୋ ସାଜିଛନ୍ତି । ତାଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଂଶସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରୁଛନ୍ତି । ଇତି ମଧ୍ୟରେ ରାମଚରଣଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି । ଉପେନା ଫିଲ୍ମ ମାଧ୍ୟମରେ ଝଡ ସୃଷ୍ଟି କରିଥିବା ବୁଚି ବାବୁ ସାନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ମାୟେଥେରୀ ମୁଭି ମେକର୍ସ, ବୃଦ୍ଧି ସିନେମା ଓ ସୁକୁମାର ରାଇଟିଂସ ମିଳିତ ଭାବେ ଏହାକୁ ପ୍ରଡ୍ରୁସ କରିବେ । ସୂଚନାଯୋଗ୍ୟ ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ପ୍ରଡକ୍ସନ ହାଉସ ହେଉଛି ସୁକୁମାର ରାଇଟିଂସ ।

ରାମଚରଣଙ୍କ ଏହା ୧୬ତମ ଫିଲ୍ମ । ୨୦୦୭ରେ ପୁରୀ ଜଗନ୍ନାଥଙ୍କ ଫିଲ୍ମ ଚିରୁଥା ମାଧ୍ୟମରେ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଟଲିଉଡର ଲୋକପ୍ରିୟ ହୀରୋ ଚିରଞ୍ଜିବୀଙ୍କ ପୁତ୍ର ହେଉଛନ୍ତି ରାମଚରଣ । ଖୁବ ଶୀଘ୍ର ଏହି ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.