Latest Odisha News

BREAKING NEWS

ଅଯୋଧ୍ୟା ଦଶରଥ ମେଡିକାଲ କଲେଜଠାରେ ସ୍ଥାପନ ହେବ ୨ଟି ଅକ୍ସିଜେନ ପ୍ଲାଣ୍ଟ, ରାମ ଜନ୍ମଭୂମି ଟ୍ରଷ୍ଟର ଘୋଷଣା

ଅଯୋଧ୍ୟା: ସହାୟତାର ହାତ ବଢାଇଲା ରାମ ଜନ୍ମଭୂମି ଟ୍ରଷ୍ଟ । ଅଯୋଧ୍ୟା ସ୍ଥିତ ଦଶରଥ ମେଡିକାଲ କଲେଜଠାରେ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯିବ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ନିଜସ୍ବ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ବିନିଯୋଗ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଆଜି ଘୋଷଣା କରାଯାଇଛି । 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ସିଜେନ ଅଭାବ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଲାଗି ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.