Latest Odisha News

BREAKING NEWS

ମହାରାଷ୍ଟ୍ରକୁ ଅକ୍ସିଜେନ ପଠାଇଲେ ନବୀନ

ଭୁବନେଶ୍ବର : କରୋନା ଭଳି ମହାମାରୀ ସମୟରେ ସାରା ଦେଶରେ ବଢ଼ିଲାଣି ଚିନ୍ତା । କିପରି ଏହାକୁ ରୋକିହେବ ସେନେଇ ଉଦ୍ୟମ ଜାରି ରହିଥିବା ବେଳେ, ଚିନ୍ତା ବଢ଼ାଇଲାଣି ଅକ୍ସିଜେନ୍ ସଙ୍କଟ । ଦେଶର ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନର ଅଭାବ ଦେଖାଦେଲାଣି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, କିପରି ରୋଗୀଙ୍କୁ ଅକ୍ସିଜେନ୍ ମିଳିବ ସେନେଇ ଚେଷ୍ଟା ଜାରି ରହିଛି । ଏଭଳି ସ୍ଥିତିରେ ସଙ୍କଟର ସାଥୀ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ମହାରାଷ୍ଟ୍ରକୁ ରାଜ୍ୟ ସରକାର ଯୋଗାଇଛନ୍ତି ଅକ୍ସିଜେନ୍ ।

ସାରା ଦେଶରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଇଛନ୍ତି ନିଜର ବଦାନ୍ୟତା । ରାଜଧାନୀ ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ।

Leave A Reply

Your email address will not be published.