Latest Odisha News

BREAKING NEWS

ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ରମାରଞ୍ଜନ ବଳିୟାରସିଂହ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ । ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦେଲେ ରମା ରଞ୍ଜନ । ଏହି ସମୟରେ ତାଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଏହି ସମୟରେ ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ରଙ୍କ ସମେତ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ଚଳିତ ନିର୍ବାଚନରେ ସେ ବିଜେପିରୁ ଆଶାୟୀ ପ୍ରାର୍ଥୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ ଅସନ୍ତୋଷ ଥିଲେ । ତେଣୁ ଏହିୁ କାରଣରୁ ସେ ବିଜେପି ଛାଡିଥିବା ନେଇ କୁହାଯାଉଛି । ଆଜି ବିଜେଡିରେ ସାମିଲ ହେବା ପରେ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରମାରଞ୍ଜନ ।

Leave A Reply

Your email address will not be published.