Latest Odisha News

ବାହାଘରର ୩ ମାସ ପରେ ହନୀମୁନ ପାଇଁ ଯିବେ ରଣବୀର-ଆଲିୟା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ୪ ବର୍ଷ ପରେ ଶମଶେରା ଫିଲ୍ମ ମାଧ୍ୟମରେ ପୁନର୍ବାର ବଡ ପରଦାକୁ ପ୍ରତ୍ୟାବର୍ତନ କରୁଛନ୍ତି । ଏହି ଫିଲ୍ମର ରିଲିଜ ପରେ ସେ କିଛି ଦିନ ବ୍ରେକ ନେବେ । ରଣବୀର ଓ ଆଲିୟା ଭଟ୍ଟ ବାହାଘର ଚଳିତ ବର୍ଷ ୧୪ ଏପ୍ରିଲରେ ହୋଇଥିଲା । ଏହାର ୩ ମାସ ପରେ ଏବେ ଉଭୟ ହନୀମୁନ ପାଇଁ ଯିବେ । ବାହାଘରର ଠିକ ପରେ ପରେ ଆଲିୟା ହଲିଉଡ ଫିଲ୍ମ ହାର୍ଟ ଅଫ ଷ୍ଟୋନର ଶୁଟିଂ ପାଇଁ ଲଣ୍ଡନ ଯାଇଥିଲେ । ସେ ଫେରିବା ବେଳକୁ ରଣବୀର ଶମଶେରା ଶୁଟିଂରେ ବ୍ୟସ୍ତ ହୋଇ ପଡିଥିଲେ । ସୂଚନାଯୋଗ୍ୟ, ବଲିଉଡର ଏହି ଚର୍ଚ୍ଚିତ ଯୋଡି ବିବାହ ପୂର୍ବରୁ ୫ ବର୍ଷ ଧରି ରିଲେଶନଶିପରେ ରହିଥିଲେ । ରଣବୀର ବ୍ରେକ ପରେ ଶ୍ରଦ୍ଧା କାପୁରଙ୍କ ସହ ଲଭ ରଂଜନଙ୍କ ଏକ ରୋମାଂଟିକ କମେଡି ଫିଲ୍ମ କରିବେ । ରିଲିଜ ହେବାକୁ ଥିବା ଶମଶେରା ଫିଲ୍ମ ନେଇ ରଣବୀର ବେଶ ଉତ୍ସାହିତ ଅଛନ୍ତି । କରନ ମାଲାହୋତ୍ରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବାଣୀ କାପୁର ଓ ସଞ୍ଜୟ ଦତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହା ବ୍ୟତୀତ ସେ ରଶ୍ମିକା ମାନ୍ଦନାଙ୍କ ସହ ଆନିମଲରେ ମଧ୍ୟ ଅଭିନୟ କରିବେ ।

BjdElectrycity
Leave A Reply

Your email address will not be published.