Latest Odisha News

ଆନିମଲ ପରେ ପ୍ରାଇସ ବଢ଼ାଇଲେ ରଣବୀର କାପୁର

ମୁମ୍ବାଇ: ରଣବୀର କାପୁରଙ୍କ ଆନିମଲ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି । ଫିଲ୍ମର ରେକର୍ଡ କଲେକ୍ସନ ପରେ ରଣବୀର ତାଙ୍କ ପ୍ରାଇସ ବଢ଼ାଇଥିବା ଖବର ପ୍ରକାଶ ପାଇଛି । ସେ ପୂର୍ବରୁ ୩୦କୋଟିରେ ଫିଲ୍ମ ସାଇନ କରୁଥିଲେ ଏବେ ଏହାକୁ ବୃଦ୍ଧି କରି ୬୫ କୋଟି କରିଛନ୍ତି । ଅବଶ୍ୟ ରଣବୀର ଏ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରି ନାହାନ୍ତି । ପୂର୍ବରୁ ଗଦର ୨ର ସଫଳତା ପରେ ସନୀ ଦେଓଲ ତାଙ୍କ ପ୍ରାଇସ ୮ କୋଟରୁ ୫୦କୋଟି କରିଛନ୍ତି । ଆନିମଲ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ବବି ଦେଓଲ ଓ ଅନୀଲ କାପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।

ବବିଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବବିଙ୍କ ଚାହିଦା ମଧ୍ୟ ଖଳନାୟକ ଭାବେ ବୃଦ୍ଧି ପାଇଛି । ତାଙ୍କ ହାତରେ ଏବେ ୨.୩ଟି ବିଗ ବଜେଟ ଫିଲ୍ମ ରହିଛି । ଯାହାକି ଖୁବ ଶୀଘ୍ର ଫ୍ଲୋରକୁ ଯିବ । ଅପରପକ୍ଷରେ ରଣବୀର ଏବେ ଶ୍ରୀରାମଙ୍କ ଭୂମିକା କରିବା ପାଇଁ କିଛି ଦିନର ବିରତି ନେବା ପରେ ପ୍ରସ୍ତୁତି ଆରମ୍ଭ କରିବେ ।

Leave A Reply

Your email address will not be published.