Latest Odisha News

BREAKING NEWS

ରଣଜୀ ଟ୍ରଫି: ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୁଶୀର ଖାଁ

ମୁମ୍ବାଇ: ରଣଜୀ ଟ୍ରଫି ଫାଇନାଲ ମ୍ୟାଚ ମୁମ୍ବାଇ ଓ ବିଦର୍ଭ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ସର୍ଫରାଜ ଖାଁଙ୍କ ଭାଇ ମୁଶୀର ଖାଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୯ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୨୫୫ ବଲରେ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନ ରଣଜୀ ଟ୍ରଫି ଫାଇନାଲରେ ୨୨ ବର୍ଷ ବୟସରେ ପଞ୍ଜାବ ବିପକ୍ଷରେ ଶତକ ହାସଲ କରିଥିଲେ । ମୁଶୀର ୧୯ ବର୍ଷ ୧୪ ଦିନରେ ୧୩୬ ରନର ଇନିଂସ ଖେଳି କମ ବୟସରେ ଶତକ ହାସଲରେ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ସଚିନ ଓ ରୋହିତ ଶର୍ମା ଆଜି ଷ୍ଟାଡିୟମରେ ଉପସ୍ଥିତ ଥିବା ବେଳେ ମୁଶୀର ଏହି ରେକର୍ଡ ଭଙ୍ଗ କରିଥିଲେ । ଏହା ବ୍ୟତୀତ ତାଙ୍କ ବାପା ନୌଶାଦ ଖାଁ ମଧ୍ୟ ଷ୍ଟାଡିୟମରେ ମ୍ୟାଚ ଦେଖୁଥିଲେ । ପୁଅର ଏହି ଶତକରେ ତାଙ୍କ ଛାତି ଚଉଡା ହୋଇଯାଇଥିଲା ।

ଏହା ପୂର୍ବରୁ ତାଙ୍କର ବଡ ପୁଅ ସର୍ଫରାଜ ଖାଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ସୂଚନାଯୋଗ୍ୟ, ରଣଜୀ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୨୪ ରନ କରିଥିଲା । ଜବାବରେ ବିଦର୍ଭ ପ୍ରଥମ ଇନିଂସରେ ୧୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ମୁମ୍ବାଇ ୪୧୮ ରନ କରି ବିଦର୍ଭ ସମ୍ମୁଖରେ ୫୩୮ ରନର ଲକ୍ଷ୍ୟ ରଖିଛି । ଷ୍ଟମ୍ପସ ଅପସାରଣ ବେଳକୁ ବିଦର୍ଭ କୌଣସି ୱିକେଟ ନ ହରାଇ ୧୦ରନ ସଂଗ୍ରହ କରିଛି ।

Leave A Reply

Your email address will not be published.