Latest Odisha News

BREAKING NEWS

ସିଏଏ ମୂଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ଦେଇଛି: ପୂର୍ବତନ ବିଧାୟକ

ଭୁବନେଶ୍ବର: ୭୦ ବର୍ଷରେ ହୋଇନଥିବା କାର୍ଯ୍ୟକୁ ମୋଦି ସରକାର ଗତ ୧୦ ବର୍ଷରେ କରି ଦେଖାଇଛନ୍ତି । ପଡୋଶୀ ଦେଶରେ ନିର୍ଯାତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନାଗରିକତ୍ୱ ସଂଶୋଧନ ବିଲ୍ ବା ସିଏଏ କାର୍ଯ୍ୟକାରୀ ହୋଇଛି । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ଏହି ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ । ଏହା ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ସିଏଏ ଦ୍ୱାରା ଭାରତ କିମ୍ବା ଓଡିଶା ରହୁଥିବା କୌଣସି ମୁସଲମାନ ଭାଇଭଉଣୀଙ୍କର ନାଗରିକତା ମଧ୍ୟ ଯିବନାହିଁ । ‘ସିଏଏ’ ନାଗରିକତା ଛଡାଇବାକୁ ନୁହେଁ ବରଂ ଆଇନ ଆଧାରରେ ପଡୋଶୀ ଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା କରିବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟର ମାନ୍ୟତା ପ୍ରଦାନ କରିଛି ବୋଲି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ପୂର୍ବତନ ଅରବିନ୍ଦ ଢାଲି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢାଲି କହିଛନ୍ତି, ପଡୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଧର୍ମୀୟ ଭାବନା କାରଣରୁ ନିଷ୍ପେସିତ, ଦଳୀତ ହୋଇ ଭାରତରେ ଶରଣାର୍ଥୀ ହୋଇଛନ୍ତି । ବିଭିନ୍ନ ମୌଳିକ ସୁବିଧା ସହିତ ନାଗରିକତ୍ୱର ପରିଚୟ ମାଗୁଥିବା ଏହି ମୁଳ ଭାରତୀୟ ସଂପ୍ରଦାୟର ଶରଣାର୍ଥୀଙ୍କୁ ଆଶ୍ୱସ୍ଥି ମିଳିଛି । ଭାରତର ସମ୍ବିଧାନ ନିର୍ମାତାଙ୍କ ପ୍ରତିଶ୍ରୁତି ଥିଲା ଆଫଗାନିସ୍ଥାନ, ପାକିସ୍ତାନ ଏବଂ ବାଂଲାଦେଶରୁ ପ୍ରତାଡିତ ହୋଇ ଆସୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ଲକ୍ଷାଧିକ ଲୋକ ନିଜର ଧର୍ମକୁ ବଂଚାଇବା ପାଇଁ ଏହି ଦେଶକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ନାଗରୀକରଣ ପ୍ରଦାନ କରି ଯଥାସମ୍ମାନ ପ୍ରଦାନ କରିଛନ୍ତି । ସଂଖ୍ୟାଲଘୁ ଶରଣାର୍ଥୀଙ୍କ ପାଇଁ ଆଇନ ପ୍ରଣୟନ କରି ତାଙ୍କୁ ନାଗରିକତା ଦେଇ ସମ୍ମାନର ସହ ବଂଚିବାର ରାସ୍ତା ଦେଖାଇଛନ୍ତି ।

Leave A Reply

Your email address will not be published.