Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ୧୯୧ରେ ଅଲଆଉଟ

ଭୁବନେଶ୍ୱର: ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ହିମାଚଳପ୍ରଦେଶ ବିପକ୍ଷରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଛି । ଶାନ୍ତନୁ ମିଶ୍ର ୫୨ ଓ ପ୍ରୟାସ ସିଂ ୩୯ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । ବୈଭବ ଆରୋରା ୫୧ ରନରେ ୫ଟି ୱିକେଟ ଅକ୍ତିଆର କରି ଓଡିଶାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଜବାବରେ ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ହିମାଚଳ ପ୍ରଦେଶ ୨ଟି ୱିକେଟ ହରାଇ ୯୧ ରନ ସଂଗ୍ରହ କରିନେଇଛି । ପ୍ରଶାନ୍ତ ଚୋପ୍ରା ୬୧ ରନ କରି ଅପରାଜିତ ରହିଛନ୍ତି । ଗ୍ରୁପ ଏରେ ଓଡିଶା ମାତ୍ର ୭ ପଂଏଟ ହାସଲ କରି ପଂଏଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି । ନକଆଉଟ ପର୍ଯ୍ୟାୟକୁ ପ୍ରବେଶ ପାଇଁ ଓଡିଶା ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ।

ଦଳର ପ୍ରମୁଖ ଖେଳାଳି ଅଂଶୁମାନ ରଥ (୬), ଅନୁରାଗ ଷଡଙ୍ଗୀ(୩), ଅଧିନାୟକ ଶୁଭ୍ରାଂଶୁ ସେନାପତି (୨) ଓ ଗୋବିନ୍ଦ ପୋଦ୍ଦାର ୪ ରନ କରି ଆଉଟ ହୋଇ ଯାଇଥିଲେ । ଚଳିତ ରଣଜୀ ଟ୍ରଫିରେ ଓଡିଶା ଏ ପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହିଁ ।

Leave A Reply

Your email address will not be published.