Latest Odisha News

BREAKING NEWS

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ତାଙ୍କର ସହଯୋଗୀ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଦୁର୍ନିୀତି ଅଭିଯୋଗ ଆସିବା ପରେ କେନ୍ଦ୍ରର ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଦ୍ୱାରା ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ସିବିଆଇର ସଂଯୁକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଫିସର ଏମ. ନାଗେଶ୍ୱର ରାଓ ଏବେ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ବେଳେ ଡ଼ାଇରେକ୍ଟର ଆଲୋକ ବର୍ମା ଏବଂ ଡ଼େପୁଟି ଡ଼ାଇରେକ୍ଟର ରାକେଶ ଅସ୍ଥାନାଙ୍କୁ ଏବେ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇ ତାଙ୍କୁ ଛୁଟି ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି କମିଟି ଦ୍ୱାରା ଆଦେଶପ୍ରାପ୍ତ ହେବା ପରେ ଏକ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି, ଏମ. ନାଗେଶ୍ୱର ରାଓ ଏବେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ସହିତ ସିବିଆଇର ସମସ୍ତ କର୍ତ୍ତବ୍ୟ ତଥା କାର୍ଯ୍ୟକୁ ତତ୍କାଳ ଭିତ୍ତିରେ ଦାୟିତ୍ୱ ସମ୍ପନ୍ନ କରିବେ ।

ଏହି ଆଦେଶ ପାଇବା ପରେ ଶ୍ରୀ ରାଓ ଏବେ ରାକେଶ ଅସ୍ଥାନାଙ୍କୁ ସିବିଆଇ ମୁଖ୍ୟ ପଦବୀ ଦୌଡ଼ରେ ପଛରେ ପକାଇଦେଇଛନ୍ତି ।

କେନ୍ଦ୍ରର ଏହି ସୁପାରିଶକୁ ଚିଫ୍ ଭିଜିଲାନ୍ସ କମିଶନର୍ (ସିଭିସି) କେ.ଭି ଚୌଧୁରୀ ପାଳନ କରି ନିର୍ଦ୍ଦେଶକ ଭାବେ ଶ୍ରୀ ରାଓଙ୍କୁ ହସ୍ତାନ୍ତର କରିବା ସହିତ ଦୁଇ ପୂର୍ବତନ ସିବିଆଇ ମୁଖ୍ୟଙ୍କ ଠାରୁ ସମସ୍ତ ଦାୟିତ୍ୱ କାଢି ଆଣିଛନ୍ତି । ଏଥିସହିତ ସେ ମଧ୍ୟ ବାଧ୍ୟତାମୂଳକ ଛୁଟି ଦେଇ ‘ଅନିର୍ବାଜ୍ୟ ପ୍ରତିକ୍ଷା’ କରିବାକୁ ସେମାନଙ୍କୁ ନୋଟିସ୍ ଜାରି କରିଛନ୍ତି ।

ସିବିଆଇରେ ଏପରି ଘଟଣା କେବେବି ଦେଖିବାକୁ ମିଳିନଥିଲା । ଗତ ସପ୍ତାହରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଜଣେ ବ୍ୟବସାୟୀଙ୍କ ନିକଟରୁ ୩ କୋଟି ଟଙ୍କା ଉତ୍କୋଚ ନେଇଥିବା କଥା ସିବିଆଇ ସହ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ଉପରେ ଅଭିଯୋଗ କରିଥିଲେ । କିନ୍ତୁ ଏହାର ପାଲଟା ଅଭିଯୋଗ କରିଥିଲେ । ରାକେଶ ଅସ୍ଥାନା ସିବିଆଇ ମୁଖ୍ୟ ଆଲୋକ ବର୍ମା ସେହି ବ୍ୟବସାୟୀଙ୍କଠୁ ୨କୋଟି ଉତ୍କୋଚ ନେଇଥିବା କଥା ସରକାରଙ୍କୁ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ସେ ଏକ ୫୦ ପୃଷ୍ଠା ସମ୍ବଳିତ ଏକ ଅଭିଯୋଗ ପତ୍ର କେନ୍ଦ୍ର ସରକାରଙ୍କୁ ଦାଖଲ କରିଛନ୍ତି ।

ସିବିଆଇର ଯୁଗ୍ମ ଦିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପୂର୍ବରୁ ଏହି ୧୯୮୬ ମସିିହା ବ୍ୟାଚର ଆଇପିଏସ ଅଫିସର ଶ୍ରୀ ରାଓ ପୂର୍ବରୁ ରେଳବାଇ ବିଭାଗରେ ଏଡ଼ିଜି ପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ୱାରଙ୍ଗଲର ମୂଳ ନିବାସୀ ଶ୍ରୀଯୁକ୍ତ ରାଓ ଭୁବନେଶ୍ୱରରେ ବିଡ଼ିଏ ମୁଖ୍ୟ ପଦବୀରେ ମଧ୍ୟ ରହିଥିଲେ । ୨୦୦୯ ମସିହାରେ କନ୍ଧମାଳ ଜିଲ୍ଲାରେ ଘଟିତ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ମଧ୍ୟ ସିଆରପିଏଫ ଆଇଜି ଭାବେ ସୂଚାରୁରୁପେ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave A Reply

Your email address will not be published.