Latest Odisha News

BREAKING NEWS

ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଯାଇଥିବା ଦୁଷ୍କର୍ମ ଅଭିଯୁକ୍ତକୁ କମିଶନରେଟ୍ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି । ଅଭିଯୁକ୍ତ ରୁଦ୍ର ପ୍ରସାଦ ସୂତାରକୁ କ୍ୟାପିଟାଲ ଥାନା ପୋଲିସ ଟିମ୍ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆଣିଛି ।

ସୂଚନାନୁସାରେ, ଜଳଖିଆ ଖାଇବା ବାହାନାରେ ଅଭିଯୁକ୍ତ ମହିଳା ଥାନା ପୋଲିସର ହେପାଜତରୁ ଫେରାର ହୋଇଯାଇଥିଲା । ଏହାପରେ କ୍ୟାପିଟାଲ ଥାନାରେ ଏନେଇ ମାମଲା ରୁଜୁ ହେବା ସହ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୁକ୍ତ ବେଙ୍ଗାଲୁରୁରେ ଲୁଚିଥିବା ସୂଚନା ମିଳିବା ପରେ ପୋଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲା । ଜଣେ ମହିଳାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ରୁଦ୍ର ପ୍ରସାଦ ସୁତାରଙ୍କୁ ଭଦ୍ରକରୁ ଉଠାଇ ଆଣି ମହିଳା ଥାନାରେ ପଚରାଉଚରା ପାଇଁ ରଖାଯାଇଥିଲା । ହେଲେ ସେଠାରୁ ତାଙ୍କ ଫେରାର ଘଟଣା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା ।

ଏଥିପାଇଁ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ଫେରାର ବେଳେ ଡିସିଓ ଦାୟିତ୍ୱରେ ଥିବା ଏଏସଆଇ ତିଳୋତ୍ତମା ପୃଷ୍ଟି ଓ ସେଣ୍ଟ୍ରି ପ୍ରଦୀପ୍ତ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଥିଲା ।

Leave A Reply

Your email address will not be published.