Latest Odisha News

BREAKING NEWS

ଜାନୁଆରି ୫ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ

ନୂଆଦିଲ୍ଲୀ-ପ୍ରାୟ ୧୦ ମାସ ପରେ ଜାନୁଆରି ୫ ତାରିଖରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନର ମ୍ୟୁଜିୟମ । ସୋମବାର ଓ ସରକାରୀ ଛୁଟି ଦିନ ବ୍ୟତୀତ ବାକି ସବୁ ଦିନ ସାଧାରଣ ଲୋକେ ଏହି ସଂଗ୍ରହଳାୟ ପରିଦର୍ଶନ କରିପାରିବେ ।
ମ୍ୟୁଜିୟମ ଦେଖିବା ପାଇଁ ସାଧାରଣ ଲୋକଙ୍କୁ ଆଗୁଆ ସ୍ଲଗ ବୁକିଂ କରିବାକୁ ପଡିବ । ୱେବସାଇଟ https://presidentofindia.nic.in,  https://rashtrapatisachivalaya.gov.in ବା  https://rbmuseum.gov.in ରେ ଲୋକେ ନିଜ ସ୍ଲଟ ବୁକ୍ କରିପାରିବେ । ଜଣ ପିଛା ନାମ ପଂଜୀକରଣ ପାଇଁ ୫୦ ଟଙ୍କା ଦେବାକୁ ପଡିବ । ଆଗରୁ ଥିବା ସ୍ପଟ୍ ବୁକିଂକୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।
ସକାଳ ୯.୩୦, ୧୧.୦୦, ୧୧୧.୩୦, ଅପରାହ୍ନ ୧,୦୦, ଅପରାହ୍ନ ୧.୩୦, ଅପରାହ୍ନ ୩.୦୦, ଅପରାହ୍ନ ୩.୩୦, ଅପରାହ୍ନ ୫.୦୦ ମଧ୍ୟରେ ସର୍ବାଧିକ ୨୫ ଜଣ ଦର୍ଶକଙ୍କପାଇଁ ୪ଟି ପ୍ରି-ବୁକ୍ ହୋଇଥିବା ସମୟ ସ୍ଲଗ ସ୍ଥିର କରା ଯାଇଛି ।

ମ୍ୟୁଜିୟମ ପରିଦର୍ଶନ କରିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରକ୍ଷା, ସାନିଟାଇଜର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‌୍ ପରି କୋଭିଡ ଗାଇଡ ଲାଇନ ମାନିିବାକୁ ପଡିବ ।
ମ୍ୟୁଜିୟମ ଦେଖିବା ପାଇଁ କୋଭିଡ ପଜିଟିଭଙ୍କୁ ଅନୁମତି ମିଳିବ ନାହିଁ ।
ରାଷ୍ଟ୍ରପତି ଭବନ କଂପ୍ଲେକ୍ସ ସଂଗ୍ରହାଳୟରେ କାହାଣୀ ଜରିଆରେ ଦେଶର କଳା, ସଂସ୍ôକତି, ଐତିହ୍ୟ, ଇତିହାସର ପ୍ରତୀକ ତଥା ଅମୂଲ୍ୟ କଳାକୃତି ପ୍ରଦର୍ଶିତ ହୋଇଥାଏ ।
କରୋନା ପାଇଁ ଗତ ମାର୍ଚ୍ଚ ୧୩ ତାରିଖରୁ ରାଷ୍ଟ୍ରପତି ଭବନର ମ୍ୟୁଜିୟମ ଜନସାଧାରଣଙ୍କ ପାଇଁ ବନ୍ଦ ଥିଲା ।

Leave A Reply

Your email address will not be published.