Latest Odisha News

BREAKING NEWS

ଚୂଡ଼ାନ୍ତ ପର୍ଯ୍ୟାୟରେ ରଥ ନିର୍ମାଣ, ଆରମ୍ଭ ହେଲା ତିନିରଥର କନା କାର୍ଯ୍ୟ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଖଳାରେ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ନିର୍ମାଣ କାର୍ଯ୍ୟ । ଲକ୍‌ଡାଉନର ସମସ୍ତ ନିୟମକୁ ମାନି କାରିଗର ସେବକମାନେ ରଥ ନିର୍ମାଣ ଶେଷ କରିବାକୁ ଯାଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୨ ଦିନରୁ କମ ସମୟ ଥିବା ବେଳେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ର୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ଅଧିକ ପଢନ୍ତୁ – ଅଣସର ପିଣ୍ଡିରେ ମହାପ୍ରଭୁ; ଜ୍ୱର ଉପଶମ ଲାଗି ହୁଏ ଉପଚାର !

ଅପରପକ୍ଷରେ ଆଜି ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତିନିରଥର କନା କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦରଜି ସର୍ଦାର ପ୍ରକାଶ ମହାପାତ୍ର ମହାପ୍ରଭୁଙ୍କ ମାଳମାର୍ହାଦ , ଶ୍ରୀଫିଳ ଭାଙ୍ଗି ନିର୍ମାଣ କାର୍ଯ୍ୟ ଅନୁକୂଳ କରିଥିଲେ ।

ତିନି ରଥରେ ୧୨୫୦ ମିଟର କନା ଲାଗିଥାଏ । ଏଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ ରଙ୍ଗର ୪୨୫ ମିଟର କନା , ବଳଭଦ୍ରଙ୍କ ତାଳଧ୍ଵଜ ରଥ ପାଇଁ ସବୁଜ ଓ ନାଲି ରଙ୍ଗର ୪୨୫ ମିଟର କନା ଏବଂ ମା ସୁଭଦ୍ରାଙ୍କ ଦେବିଦଳନ ରଥ ପାଇଁ କଳା ଓ ନାଲି ରଙ୍ଗର ୪୦୦ ମିଟର କନା ବ୍ୟବହୃତ ହୋଇଥାଏ ବୋଲି ଦରଜି ସର୍ବଦା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.