Latest Odisha News

BREAKING NEWS

ଆଜି ଶ୍ରୀପଞ୍ଚମୀ: ପୁରୀରେ ଅନୁକୂଳ ହେବ ରଥକାଠ

ପୁରୀ: ଆଜି ମାଘ ଶୁକ୍ଳ ପଞ୍ଚମୀ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଦ୍ୟାଦେବୀ ସରସ୍ୱତୀ । ଆଜି ପୁରୀରେ ରଥଯାତ୍ରା ପାଇଁ ରଥକାଠର ଆଜି ଅନୁକୂଳ ହେବ । ପରମ୍ପରା ଅନୁସାରେ, ଶ୍ରୀପଞ୍ଚମୀରେ ରଥ ନିର୍ମାଣ ପାଇଁ ତିନି ଖଣ୍ଡ ରଥକାଠକୁ ପୂଜାର୍ଚ୍ଚନା କରାଇଯାଇଥାଏ ।

ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ରଖାଯିବ । ଆଜି ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ରଥକାଠର ଅନୁକୂଳ କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ଣଣଙ୍କ ଦ୍ୱାରା ମାଆ ସରସ୍ୱତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରଥଖଳାରେ ୩ଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ଣଣମାନେ ବନ୍ଦାପନା ସହ ପୂଜା କରିବେ।

ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୭୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ପୂର୍ବବର୍ଷର ୮୦ ଖଣ୍ଡ କାଠ ବଳକା ରହିଛି । ନିକଟରେ ନୟାଗଡ଼ ଦଶପଲ୍ଲା ଜଙ୍ଗଲରୁ ଦୁଇ ଟ୍ରିପ୍ କାଠ ପୁରୀରେ ପହଞ୍ଚିଥିଲା ।

Comments are closed, but trackbacks and pingbacks are open.