Latest Odisha News

BREAKING NEWS

ବେଙ୍ଗାଲୁରୁର ଆଗରା ଜଗନ୍ନାଥ ମନ୍ଦିରର ରଥଯାତ୍ରା

ବେଙ୍ଗାଲୁରୁ :

ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତିପୂତ ପରିବେଶ ମଧ୍ୟରେ ପବିତ୍ର ରଥଯାତ୍ରା ପର୍ବ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ସାମ୍ନାର ଥିବା ସୁନ୍ଦର ସୁଶୋଭିତ ୨୮ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତମାନଙ୍କ ଦ୍ୱାରା ଭଜନ, କୀର୍ତ୍ତନ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ନିଆଯାଇଥିଲା। ବିଶିଷ୍ଟ ଉଦ୍ୟୋଗପତି ସଞ୍ଜୟ କୁମାର ରାଉତ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା।

ଏଥିରେ ବିଧାୟକ ସତୀଶ କୁମାର ରେଡ୍ଡୀ, ସୁନୀଲ କୁମାର ମିଶ୍ର ଏବଂ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଶୁଭ ଅବସରରେ ଆଗରା ଜଗନ୍ନାଥ ମନ୍ଦିରର ୨୫ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶିତ “କଥା ମୃତ” ଶୀର୍ଷକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମଗ୍ର ମହୋତ୍ସବକୁ ସୁଚାର ରୂପେ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟିବୃନ୍ଦ ତଥା ସମ୍ପାଦନା ମଣ୍ଡଳୀର ସଦସ୍ୟ ନିହାର ସାମନ୍ତରା, ପ୍ରତାପ ପାଣି, ହର ମହାପାତ୍ର, ପରିଚାଳନା ଟ୍ରଷ୍ଟି କାମାକ୍ଷା ପଣ୍ଡା, ମନୋଜ ପାତ୍ର, ଏନ.ଆର.ବି ପଟ୍ଟନାୟକ, ଶିତିକଣ୍ଠ ଷଡ଼ଙ୍ଗୀ, ନନ୍ଦ କିଶୋର ଜେନା, ଚକ୍ରଧର ସ୍ୱାଇଁ, ମନୋଜ ମହାପାତ୍ର, ପ୍ରକାଶ ସାମନ୍ତରା, ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦଗାତା ଓ ପୁଣ୍ୟଶ୍ଳୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

 

Comments are closed.