Latest Odisha News

BREAKING NEWS

ପ୍ରକୃତ ଖୁସି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

କିଛି ପାଇବାରେ କିଛି ଦେବାରେ ବାସ୍ତବିକ ଖୁସି ନ ଥାଏ, କାରଣ ତାହା କ୍ଷଣିକ । ଖୁସି ହେଉଛି ମନ ଓ ଆଞଗାର । ଥରେ ଜଣେ ରାଜା ବିଦେଶ ଯାଇଥିଲେ । ଯେତେବେଳେ ସେ ନିଜ ଦେଶକୁ ଫେରିବାକୁ ଇଛା କଲେ । ସେତେବେଳେ ସେ ତାଙ୍କର ଚାରି ରାଣୀଙ୍କୁ ଅଲଗା ପତ୍ର ଲେଖି ପଚାରିଥିଲେ ଯେ… ତୁମ ପାଇଁ ବିଦେଶରୁ କେଉଁ ଜିନିଷ ନେଇଦେବି? ସେମାନଙ୍କ ମଧ୍ୟରୁ ତିନି ରାଣୀ ନିଜ ପସନ୍ଦର ବସ୍ତୁ ଲେଖି ଜଣାଇଥିଲେ । କିନ୍ତୁ ସାନ ରାଣୀ କୌଣସି ବସ୍ତୁ ବା ଦ୍ରବ୍ୟ ଆଣିବାକୁ କହି ନ ଥିଲେ । ରାଜା ଚାରି ରାଣୀଙ୍କର ପତ୍ର ପଢିଲେ । କେହି ପୋଷାକ ଲେଖିଥିଲେ, କେହି ଅଳଙ୍କାର, କେହି ଖାଦ୍ୟ ସାମଗ୍ରୀ । ରାଜା ବିଦେଶରୁ ଫେରିଲେ, ସମସ୍ତଙ୍କର ପସନ୍ଦର ଜିନିଷ ଆଣିଲେ ।

ରାଣୀମାନେ ଲେଖିଥିବା ଜିନିଷ ସମସ୍ତଙ୍କୁ ବିତରଣ କଲେ । କନିଷ୍ଠ ରାଣୀଙ୍କ ପତ୍ର ବିଷୟରେ କିଛି ବୁଝି ପାରି ନ ଥିଲେ । ତେଣୁ ସେ ଛୋଟ ରାଣୀଙ୍କ କୋଠରୀକୁ ଯାଇ ପଚାରିଲେ – ପ୍ରିୟେ ! ତୁମର ପତ୍ର ମୋତେ ଆଶ୍ଚର୍ଯ୍ୟ କରିଛି ? ଏହାକୁ ସ୍ପଷ୍ଟ କଲେ ଭଲ ହୁଅନ୍ତା । ରାଣୀ କହିଲେ- ହେ ରାଜନ୍‌! ମୋର କୌଣସି ସାଂସାରିକ ବସ୍ତୁର ଆବଶ୍ୟକତା ନାହିଁ । ମୁଁ କେବଳ ଆପଣଙ୍କୁ ଇଛା କରୁଥିଲି । ମୋର କୌଣସି ପ୍ରାର୍ଥୀବ ଦ୍ରବ୍ୟ ପ୍ରତି ଆଶକ୍ତି ନାହିଁ ।

ରାଜା… ରାଣୀଙ୍କ ପ୍ରେମ ଦେଖି ବହୁତ ଖୁସି ହେଲେ । ଯିଏ ସାଂସାରିକ ଜିନିଷର ସୁଖ ଖୋଜୁଛି, ସେ ଦୁନିଆର ପ୍ରକୃତ ସୁଖ ପାଇ ପାରୁ ନାହିଁ । କାରଣ ସାଂସାରିକ ପଦାର୍ଥ ବିନଷ୍ଟ ହୋଇଯାଏ । ଦୁନିଆର ଉପଭୋଗରେ ସେ କଦାପି ସନ୍ତୁଷ୍ଟ ହୋଇପାରେ ନାହିଁ । ସନ୍ଥ କୁହନ୍ତି— ଆମେ କଦାପି ବିଷୟ ଗୁଡ଼ିକର ଶିକାର ହୋଇନାହୁଁ, କିନ୍ତୁ ବିଷୟଗୁଡ଼ିକ ଆମକୁ ଗ୍ରାସ କରି ଦେଉଛି । ଆମେ ସେଥିପ୍ରତି କେବେ ପ୧⁄୨ାତାପ ହୋଉନାହୁଁ । ଆମେ ସମୟ କ୍ରମରେ ସବୁ ହରାଇଲୁଣି । ଆମେ କଦାପି ଏଥିରେ ସମୟ ବିତାଇ ନାହୁଁ, କିନ୍ତୁ ଆମେ ଏହାକୁ ବିପରୀତ ଉପାୟରେ ବିତାଇଛୁ । ତଥାପି ଆମର ଲୋଭ ମୋହ ମାୟାର ସମାପ୍ତ ହେଉ ନାହିଁ । ଏବେ ଆମେ ସେହି ଲୋଭ ମୋହ ମାୟାରେ ବୃଦ୍ଧ ହୋଇଗଲୁଣି । ଏହାର ଅର୍ଥ ହେଉଛି ଯେପର୍ଯ୍ୟନ୍ତ ମଣିଷ ମର୍ତ୍ତ୍ୟରେ ସୁଖ ଭୋଗ କରିବ, ସେ ବାସ୍ତବିକ୍ ବିଶ୍ରାମ ପାଇ ପାରିବ ନାହିଁ । ସେ ଯଦି ଈଶ୍ୱରଙ୍କ ଠାରେ ଆଶ୍ରୟ ନିଏ ପ୍ରକୃତ ଶାନ୍ତି ପାଇ ପାରିବ । ତେଣୁ ଲୋଭ ମୋହ ମାୟା ଠାରୁ ଦୂରେଇ ଭଗବତ୍ ପ୍ରାପ୍ତିରେ ହିଁ ପ୍ରକୃତ ସୁଖ

Leave A Reply

Your email address will not be published.