Latest Odisha News

BREAKING NEWS

କରୋନା ମୁକାବିଲା, ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୭୪ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ଗୁରୁବାର ରେକର୍ଡ କରିଛି । ଗୋଟିଏ ଦିନରେ ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Testing data for April 23,2020

Total Tested : 2474
RMRC: 1241
AIIMS: 115
SCB: 548
MKCG: 45
VIMSAR: 66
ILS: 377
IGH: 63
Apollo: 19

— H & FW Dept Odisha (@HFWOdisha) April 24, 2020

ଏଥି ମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୪୧, କଟକ ଏସସିବିରେ ୫୪୮, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍‌ରେ ୩୭୭, ଏମ୍ସରେ ୧୧୫, ଆପୋଲୋ ହସ୍ପିଟାଲରେ ୧୯, ବୁର୍ଲା ଭିମସାରରେ ୬୬, ରାଉରକେଲା ଆଇଜିଏଚରେ ୬୩, ବ୍ରହ୍ମପୁର ଏମକେସିଜି ୪୫ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକରେ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି ।

Leave A Reply

Your email address will not be published.