Latest Odisha News

BREAKING NEWS

କାଳବୈଶାଖୀ ନେଇ କଟକ, ଯାଜପୁର, କେନ୍ଦ୍ରାପଡ଼଼ା ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରା ଯାଇଥିବା ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ଝୁଙ୍କ ପବନ ହେବାର ଆଶଙ୍କା ରହିଛି ।

କାଳବୈଶାଖୀ ସହ ପ୍ରବଳ ବେଗରେ ପବନ ହେବାକୁ ଥିବାରୁ ଫସଲ ନଷ୍ଟ ହୋଇପାରେ । ବଜ୍ରପାତ ଓ ପାଗକୁ ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି ।

ସେହିଭଳି କାଳବୈଶାଖୀ ସହ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ନେଇ ଆଗାମୀ ୩ ଘଣ୍ଟା ପାଇଁ ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇଛି ।

ଅନ୍ୟପଟେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିପାରେ ।

Leave A Reply

Your email address will not be published.