Latest Odisha News

BREAKING NEWS

ପୁରୀ ଓ ଶାଲିମାର ମଧ୍ୟରେ ଚାରି ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଏବଂ ଶାଲିମାର ମଧ୍ୟରେ ଚଳାଚଳ କରିବ ଚାରି ଯୋଡି ସ୍ବତନ୍ତ୍ର ଟ୍ରେନ୍ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଚାରି ଯୋଡା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଏହି ଚାରି ଯୋଡ଼ା ମଧ୍ୟରୁ ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ ସ୍ବତନ୍ତ୍ର ଟ୍ରେନ ଏବଂ ଅନ୍ୟ ତିନିଟି ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ।

BjdElectrycity

୦୮୪୬୬/୦୮୪୬୫ ଶାଲିମାର-ପୁରୀ ଗରିବ ରଥ ସ୍ପେଶାଲ ଟ୍ରେନ ଅଗଷ୍ଟ ୧୧ ତାରିଖରୁ ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ଏବଂ ଅଗଷ୍ଟ ମାସ ୧୨ ତାରିଖରୁ ଶାଲିମାରରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୮୪୬୮/୦୮୪୬୭ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୫ ତାରିଖରୁ ପ୍ରତି ରବିବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୬ ତାରିଖରୁ ଶାଲିମାରରୁ ପ୍ରତି ସୋମବାର ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୮୪୭୦/୦୮୪୬୯ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୨ ତାରିଖରୁ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୩ ତାରିଖରୁ ଶାଲିମାରରୁ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

୦୮୪୭୬/୦୮୪୭୫ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ ଅଗଷ୍ଟ ମାସ ୧୦ ତାରିଖରୁ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୧ ତାରିଖରୁ ଶାଲୀମାରରୁ ପ୍ରତ୍ୟେକ ବୁଧବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହି ଟ୍ରେନ୍ ସେମାନଙ୍କର ସ୍ଥିରୀକୃତ ଚଳାଚଳ ଦିବସ ମାନଙ୍କରେ ପୁରୀରୁ ରାତି ୧୦ଟା ୫ରେ ଛାଡି ଶାଲିମାରରେ ତା’ପରଦିନ ସକାଳ ୬ଟା ୫୦ରେ ପହଞ୍ଚିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ଗୁଡିକ ନିଜ ନିଜ ସ୍ଥିରୀକୃତ ଚଳାଚଳ ଦିବସ ମାନଙ୍କରେ ରାତି ୮ଟା ୪୫ରେ ଛାଡି ପୁରୀରେ ତା’ପରଦିନ ଭୋର ୫ଟା ୧୦ରେ ପହଞ୍ଚିବ । ଏହି ଟ୍ରେନ ପୁରୀ ଓ ଶାଲିମାର ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡଗପୁର ଓ ସନ୍ତ୍ରାଗାଛି ଷ୍ଟେସନ ମାନଙ୍କରେ ରହଣି କରିବ ।

Leave A Reply

Your email address will not be published.