Relocation Plan for Vulnerable Hilltop Habitats: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ଆକ୍ସନ;ପାହାଡ଼ରୁ ଲୋକ ହେବେ ସ୍ଥାନାନ୍ତର
ଭୁବନେଶ୍ବର: ଗିଡ଼ିପାବାଲି ଭୂସ୍ଖଳନ ପରେ ଭୂସ୍ଖଳନ ଜନିତ ମୃତାହତ ରୋକିବାକୁ ସରକାରଙ୍କ ବଡ ପ୍ଲାନ । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି । ସମସ୍ୟାର ସମାଧାନ ପାଇଁ ଉତ୍ତର-ପୂର୍ବ ରାଜ୍ୟକୁ ଅଧିକାରୀ ଟିମ୍ ଯାଇଥିଲେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି। ଅନେକ ଭୂସ୍ଖଳନ ପଏଣ୍ଟ ରହିଛି। ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇ ଦେବେ ସରକାର। କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି।
ଏବେ ଗିଡ଼ିପାବାଲି ଠାରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ। ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ. ଅନ୍ତୋଦ୍ୟାୟ ଯୋଜନାରେ ଘର ମିଳିବ ବୋଲି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜନ ବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।
ସେପଟେ ପର୍ଯ୍ୟନ୍ତ ଆଶା ମଉଳିନି ସେ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
