Latest Odisha News

BREAKING NEWS

ଜନ୍ତୁ ଶିକାର ପାଇଁ ଯାଇଥିଲେ , ନିଜ ବନ୍ଧୁକରୁ ଗୁଳି ଫୁଟି ଗୁରୁତର

ଦଶପଲ୍ଲା: ଶିକାର କରିବା ପାଇଁ ଯାଇଥିଲେ ହେଲେ ନିଜେ ନିଜ ଗୁଳିରେ ଆହତ ହେଲେ  । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ  । ସନ୍ୟାସୀ ଜାନି ନାମକ ଜଣେ ବ୍ୟକ୍ତି ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ  । ହେଲେ ଝୁଣ୍ଟି ତଳେ ପଡିଯିବାରୁ ଗୁଳି ଫୁଟି ଗୁରୁତର ହୋଇଛନ୍ତି  । ଗୁଳି ବାଜିଥିବା ଗୁରୁତର ବ୍ୟକ୍ତି ଗାଁ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ସୀମାନ୍ତ ବୌଦ୍ଧ ଜିଲ୍ଲାର ବଦଲା ଗାଁ ଜଙ୍ଗଲରୁ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ବ୍ୟକ୍ତିଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.