Latest Odisha News

BREAKING NEWS

ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜା କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ତୁମକୁ ବହୁତ ମନେ ପକାଉଛି ।

ନିକଟରେ ପ୍ରିୟଙ୍କା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିଛନ୍ତି । ଏନେଇ ସେ ଘରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ । ପରେ ଝିଅ ସହ ମିଶି ପୂଜା କରିଥିଲେ । ଏହି ସମୟରେ ତାଙ୍କ ଝିଅ ଲେହେଙ୍ଗା ପିନ୍ଧିଥିବା ନଜର ଆସିଛନ୍ତି । ପୂଜା ପରେ ଫୁଲ ଉଠାଇ ଖେଳୁଥିବା ଫଟୋରେ ଦେଖିବାକୁ ମିଳିଛି । ବିଦେଶରେ ରହି ବି ନିଜ ପରମ୍ପରା ଭୁଲି ନ ଥିବାରୁ ଲୋକେ ପ୍ରିୟଙ୍କାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ପ୍ରିୟଙ୍କା ଏବେ ହଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ଆରମ୍ଭ କରିଛନ୍ତି । ସେ ଅଧିକାଂଶ ସମୟ ନିଜ ପରିବାର ପାଇଁ ଦେଉଥିବା ଜଣାଯାଇଛି । ଅନେକ ସମୟରେ ସେ ସ୍ୱାମୀ ନିକ୍ ଓ ଝିଅ ସହ ସମୟ କଟାଉଥିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି ।

Leave A Reply

Your email address will not be published.