Latest Odisha News

BREAKING NEWS

ଦୀପାଳି ହେବେ କି ମନ୍ତ୍ରୀ ? ପ୍ରମିଳା କହିଲେ ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ…

ଭୁବନେଶ୍ୱର: ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ହେବେ କି ମନ୍ତ୍ରୀ ? ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୀପାଳି ପାଇବେ କି ମନ୍ତ୍ରୀ ପଦ ? ଏନେଇ ନାନା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେବେ ଯାହାକୁ ଚାହିଁବେ ସେ ମନ୍ତ୍ରୀ ହେବ ।

ମୁଖ୍ୟମନ୍ତ୍ରୀ ସବୁବେଳେ କହିଛନ୍ତି ଓଡ଼ିଶାବାସୀଙ୍କ ସେବା କରିବା, ସେଥିପାଇଁ ନିଯୁକ୍ତ ହୋଇଛି । ଆମେ କୌଣସି ନେତା ନୁହଁ କର୍ମୀ ଏବଂ ସେବାକାରୀ । ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ସେବା କରୁଛନ୍ତି । ବଡ଼ ବଡ଼ କଥା କହିବା, ନୀତି ନିୟମ ଭାଙ୍ଗି ଅନ୍ୟ କରୁନାହାନ୍ତି । ସମସ୍ତେ ସାଧାରଣ ଲୋକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ତେବେ ବାଚସ୍ପତି କିଏ ହେବ ? କେବେ ହେବ ମନ୍ତ୍ରିମଣ୍ଡଳ ପୁନର୍ଗଠନ ? ସେ ନେଇ ପ୍ରତିକ୍ରିୟାରେ ପ୍ରମିଳା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁଦିନ ଚାହିଁବେ ସେ ଦିନ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ । ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ସେ ବାଚସ୍ପତି ହେବେ ବୋଲି କହିଛନ୍ତି ପ୍ରମିଳା ।

ଏଥିସହ ମହିଳାଙ୍କ ଲାଗି ୩୩ ସଂରକ୍ଷଣ ନେଇ ମତ ରଖି ପ୍ରମିଳା କହିଛନ୍ତି, କେନ୍ଦ୍ରରେ ବିଜେପି ସଂଖ୍ୟା ଗରିଷ୍ଠତାରେ ଅଛି । ସେମାନେ ମହିଳାଙ୍କୁ ୩୩ କିମ୍ବା ୫୦ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ । ବିଜେଡି ତ ୨୦୧୯ରେ ଦେଇଥିଲା । ଏବେ କେନ୍ଦ୍ର ସରକାର ଦିଆ ଯାଇଥିବା ପ୍ରସ୍ତାବକୁ ପାରିତ କରି ଆଇନ୍ ଆଣନ୍ତୁ ।

Leave A Reply

Your email address will not be published.