Latest Odisha News

ମନ ବଦଳାଇଲେ କୋଲକାତା ଡାକ୍ତରଙ୍କ ମା’ବାପା: କହିଲେ, ଫାଶୀ ନୁହେଁ…

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣା, ଏବେ ବି ସମସ୍ତଙ୍କ ମନରେ ଦୋଷୀ ସଞ୍ଜୟ ପ୍ରତି ଘୃଣା ଭାବ ଭରିକି ରଖିଛି । ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି ରହିଛି । ଯାହାକୁ ନେଇ ତଳ କୋର୍ଟ ଆଜୀବନ ମୃତ୍ୟୁ ଦଣ୍ଡରେ ଅଭିଯୁକ୍ତ ସଂଞ୍ଜୟକୁ ଦଣ୍ଡିତ କରିବା ପରେ ଏହାକୁ ନେଇ ଆଜି ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଛି । ସଞ୍ଜୟକୁ ଫାଶୀ ନା ଆଜୀବନ ଶୁଣାଇବେ କୋର୍ଟ ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ, ଏବେ ସଞ୍ଜୟର ଫାଶୀ ଦଣ୍ଡକୁ ନେଇ, ପୀଡିତାଙ୍କ ମାବାପାଙ୍କ ବୟାନ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସିଆଲଦା କୋର୍ଟର ଆଜୀବନ କାରାଦଣ୍ଡ ଶୁଣାଣି ଉପରେ ଅସନ୍ତୋଷ ପ୍ରକାଶ କରିଥିବା ମାତାପିତା, ଏବେ କାଳେ କୋଲକାତା ହାଇକୋର୍ଟରେ ଫାଶୀ ପାଇଁ ଦାବି କରିନାହାନ୍ତି । ଏହାକୁ ନେଇ ପୀଡିତା ପକ୍ଷ ଓକିଲଙ୍କ କହିବାନୁଯାୟୀ, ପୀଡିତାଙ୍କ ବାପାମାଆଙ୍କ କହିବା କଥା, ତାଙ୍କ ଝିଅକୁ ହତ୍ୟା କରାଯାଇ ତା ଜୀବନ ନିଆଯାଇଛି , ତାର ଅର୍ଥ ନୁହେଁ ଯେ, ଦୋଷୀ ସଞ୍ଜୟକୁ ବି ତା ଜୀବନ ଦେବାକୁ ପଡିବ ତା, ନୁହେଁ । ସେମାନେ ଚାହାନ୍ତି, ତାଙ୍କର ଝିଅର ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ସଂଜୟକୁ କୋର୍ଟ ଯେଉଁ ଦଣ୍ଡ ଦେଇଛନ୍ତି ତା.. ଅପରିବର୍ତ୍ତିତ ରହୁ । ଏଥିସହିତ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି । ଯାହାର ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Comments are closed.